ବିଶିଷ୍ଟ ଜନନାୟକ ଦୁର୍ଯ୍ୟୋଧନ ଜେନାଙ୍କ ତ୍ରୟୋଦଶ ସ୍ମୃତି ସଭା ସମ୍ପନ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁରାଣ୍ଡି ଗ୍ରାମର ପୁଜ୍ୟପୂଜା ସ୍ମୃତି ପରିଷଦ ପକ୍ଷରୁ ଗୁରାଣ୍ଡି ତ୍ରିନାଥ ମଣ୍ଡପରେ ବିଶିଷ୍ଟ ଜନ ନାୟକ  ସ୍ୱର୍ଗତ ଦୁର୍ଯ୍ୟୋଧନ ଜେନାଙ୍କ ତ୍ରୟୋଦଶ ସ୍ମୃତି ସଭା ଆୟୋଜିତ ହୋଇଥିଲା । ଗୋସାଣୀ ବ୍ଲକ ଅଧ୍ୟକ୍ଷ  ଏନ୍ ବୀର ରାଜୁ ଏହି ସମାରୋପ ସଭାର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ ବ୍ଲକ ଗୋଷ୍ଟି ଉନ୍ନୟନ  ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗୁରାଣ୍ଡିର ନେତୃତ୍ୱ ଭୂମିକା ଉଲ୍ଲେଖ କରିଥିବା ବେଳେ ବିଡିଓ ଶ୍ରୀ ପଟ୍ଟନାୟକ ବ୍ଲକର ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ସଭାକୁ ସମ୍ବୋଧିତ କରି ମୁଖ୍ୟ ବକ୍ତା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସ୍ୱର୍ଗତ ଦୁର୍ଯ୍ୟୋଧନ ଜେନାଙ୍କ ଜୀବନ ଓ କାର୍ଯ୍ୟକୁ ଏକ ଉଜ୍ଜ୍ୱଳ ଦୀପସ୍ତମ୍ଭ ଭାବେ ବର୍ଣ୍ଣନା କରି କହିଲେ କିପରି ତାଙ୍କ ନେତୃତ୍ୱ ଗୋସାଣୀ ବ୍ଲକ ଏବଂ ଅଖଣ୍ଡ ଗୁରାଣ୍ଡି ପଞ୍ଚାୟତର ବିକାଶରେ ମୂଳଦୁଆ ସଦୃଶ ଥିଲା । ବିକାଶ କାର୍ଯ୍ୟଗୁଡିକ ବିସ୍ତୃତ ଭାବେ ଉପସ୍ଥାପନ କରି ସ୍ୱର୍ଗତ ଜେନାଙ୍କୁ କିଙ୍ଗ ମେକର ଭାବେ ଅବଦାନକୁ ସ୍ମରଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ