ଏ ଓ୍ବାନ ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ସହରର ରାଧାକୃଷ୍ଣ ନଗର ସ୍ଥିତ ଏ ୱାନ ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସଭାପତି ପ୍ରେମଚାନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ପୋଲସରା ଏନ୍ଏସି ଅଧ୍ୟକ୍ଷା ସଙ୍ଗିତା ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁ ଏବଂ ସମ୍ମାନିତ ଅତିଥି ଭାବେ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ତଦସା ତପସ୍ୱିନୀ, ପୂର୍ବତନ ଆସିକା ସାଂସଦ କୁମୁଦିନୀ ପଟ୍ଟନାୟକ, ଗୋପବନ୍ଧୁ ହାଇସ୍କୁଲ ଖେଳ ଶିକ୍ଷକ ଜ୍ଞାନ ରଞ୍ଜନ ଜାଲି, ଶିକ୍ଷକ ଅମୟ ରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ରଥ, ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ଦେବାଶିଷ ସ୍ବାଇଁ ଯୋଗଦେଇ କୁନିକୁନି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସିଲଡ଼ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସ୍କୁଲର ପ୍ରତିଷ୍ଠାତା ଅଜୟ କୁମାର ନାୟକ ଓ ତାଙ୍କ ସହଧର୍ମିଣୀ ରଶ୍ମିତା ସାହୁଙ୍କୁ ସ୍କୁଲ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲର ସମ୍ପାଦକ ରବିନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ