ରଥଯାତ୍ରା ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ

ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ ଆନନ୍ଦବଜାରଠାରେ ୬୮ତମ ରଥଯାତ୍ରା ମହୋତ୍ସବ ଅତି ଧୁମଧାମରେ ଶୁକ୍ରବାର ପାଳିତ ହୋଇଯାଇଛି ।lଆନନ୍ଦବଜାର ରଥଯାତ୍ରା କମିଟି ପକ୍ଷରୁ ସର୍ବପ୍ରଥମେ ତିନି ଠାକୁରଙ୍କୁ ଅପରାହ୍ନ ସମୟରେ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା । ଏହା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ରଥଯାତ୍ରା ଅତି ଶାନ୍ତି ଶୃଙ୍ଖଳା ଭାବେ ପାଳିତ ହୋଇଯାଇଛି। ମହାପ୍ରଭୁଙ୍କ ରଥଟି ଆନନ୍ଦବଜାର ମଧ୍ୟ ଦେଇ ଷ୍ଟେସନ ପାଖ ଲକ୍ଷ୍ମୀନାରାୟଣ ମନ୍ଦିର ( ମାଉସୀମା ମନ୍ଦିର) ପହଞ୍ଚିବା ପରେ ତିନି ଠାକୁରଙ୍କୁ ବିଜେ କରାଯାଇଛି । ରଥ ଟଣା ସମୟରେ ବେତନଟୀ ପୋଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଇଥିଲା । ରଥ ଟଣା ଗତି ପଥରେ ବିଦ୍ୟୁତ ତାର ଗୁଡିକ ଝୁଲି ରହିଥିବା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିଲା। ଆଗାମୀ ବର୍ଷକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ତାର ଗୁଡିକ ଉଚ୍ଚ ଦେଇ ନେବା ନେଇ ସାଧାରଣରେ ଦାବି ହୋଇଛି l ରଥଟଣା କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ସଭାପତି ଠାକୁରା ହାଁସଦା,  ଉପସଭାପତି ନିରଞ୍ଜନ ସାହୁ ସମ୍ପାଦକ ଗୋପୀନାଥ ପଢ଼ିଆରୀ, ସହ ସମ୍ପାଦକ ରୋହିତ ସିଂ, କୋଷାଧକ୍ଷ ସଞ୍ଜୟ ଘୋଷ, ସତ୍ୟନାରାୟଣ ବେହେରା,  ସୁମୀତ ଘୋଷ, ଅର୍ପଣ ଘୋଷ, ଅର୍ଣ୍ଣବ ଘୋଷ, ସୁଦିପ ଘୋଷ, ସିପୁନ ବିନ୍ଧାଣି, ରାହୁଲ ସିଂ, ଆଦିତ୍ୟ ସାହୁ, ରିଙ୍କୁ ସିଂ, ପିଙ୍କି ସିଂ, ଦେବୁ ବିଶ୍ୱାଳ, ଆକାଶ ଯାଦବ, ହରିହର ହାଁସଦା, ରାହୁଲ ବେହେରା, ଦଲୁ ମହାନ୍ତ, କ୍ରିଷ୍ନା ବିନ୍ଧାଣି, ବିକାଶ ଜେନା, ତପନ ସେନାପତି, ବାପୁନ ହାଁସଦା, ବାଦଲ ହାଁସଦା ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବେ ସମାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ