ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡ଼ିହି : ହାଟଡିହି ବ୍ଲକର ଢ଼େଙ୍କା, ମୁଗୁପୁର, ଶାଳଣିଆଁ ଓ ହଦଗଡରେ  ପବିତ୍ର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାରେ ପ୍ରଭୂ ଶ୍ରୀଜୀୟୁଙ୍କ ମନ୍ଦିରରେ  ନେତ୍ରୋତ୍ସବ ଅନୁଷ୍ଠିତ ହେବାପରେ ନବଯୌବନ ଦର୍ଶନ ପରେ ଆଜି ସକାଳୁ ପୁରୋହିତ ନିତ୍ୟାନନ୍ଦ କର, ଜ୍ୟୋତି ଶଙ୍କର କରଙ୍କ ଦ୍ୱାରା ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ବିଦ୍ୟାଧର କରଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପର୍ଣ୍ଣ ପରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଢ଼େଙ୍କାବଜାର ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ଏଥିପାଇଁ ବଜାରଟି ଆଜି ଲୋକାରଣ୍ୟ ହୋଇପଡିଥିଲା । ବିଦ୍ୟାଧର କର, ମୁକ୍ତିକାନ୍ତ ମିଶ୍ର, ରୁଦ୍ରପ୍ରସାଦ କର, ଜ୍ୟୋତି ରଞ୍ଜନ ଦାଶ, ନାରାୟଣ ଚନ୍ଦ୍ର ଦାଶ, ଚିନ୍ମୟ ମିଶ୍ର, ପ୍ରଦ୍ୟୁମ୍ନ କର, ଜଗନ୍ନାଥ ମିଶ୍ର, ଗଣେଶ୍ୱର ପାଣିଗ୍ରାହୀ, ଦେବାଶିଷ କର, ବିଜୟ କେତନ ପଣ୍ଡା, ଜ୍ୟୋତିର୍ମୟ ମିଶ୍ର, ସନାତନ କର, ବନମାଳୀ କାର, ଅଲେଖ ଚନ୍ଦ୍ର ଦାଶ,  ଦୀପ୍ତି ରଞ୍ଜନ ଦାଶ, ଗୁରୁକୃଷ୍ଣ ନାୟକ, ପ୍ରସନ୍ନ ମିଶ୍ର, ଜାତୀନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ସେହିପରି ମୁଗୁପୁର, ଶାଳଣିଆଁ ଓ ହଦଗଡରେ ମଧ୍ୟ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ମୁଗୁପୁର  ସ୍ଥିତ ନୀଳାପୁର ବିଶ୍ୱଗୁରୁ ପୀଠ ଜଗନ୍ନାଥ ମନ୍ଦିରରେ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ପ୍ରଭୁଙ୍କୁ ରଥାରୁଢ଼ କରାଯିବା ପରେ ଅପରାହ୍ନ ୪ଟାବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ସେହିପରି ଶାଳଣିଆଁରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ହଦଗଡରେ ମଧ୍ୟ ଝିପି ଝିପି ବର୍ଷା ସତ୍ତ୍ୱେ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥ ଟଣା ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ