ବାହୁଡା଼ରେ ରଥ ଟାଣିଲେ ହଜାର ହଜାର ଶ୍ରଦ୍ଧାଳୁ
ବେତନଟୀ – ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ ଆନନ୍ଦବଜାରଠାରେ ୬୮ତମ ବାହୁଡା଼ ଯାତ୍ରା ଅତି ଧୁମଧାମରେ ପାଳିତ ହୋଇଯାଇଛି । ଆନନ୍ଦବଜାର ରଥଯାତ୍ରା କମିଟି ପକ୍ଷରୁ ସର୍ବପ୍ରଥମେ ମାଉସୀ ମା ମନ୍ଦିରରୁ ତିନି ଠାକୁରଙ୍କୁ ଅପରାହ୍ନ ସମୟରେ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା। ଏହା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ବାହୁଡା଼ ଯାତ୍ରା ଅତି ଶାନ୍ତି ଶୃଙ୍ଖଳା ଭାବେ ପାଳିତ ହୋଇଯାଇଛି। ରଥଟଣା ବେଳେ ବହୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରବଳ ମାତ୍ରାରେ ଲଡୁ ଓ ଚକଲେଟ ବଣ୍ଟା ହୋଇଥିବା ବେଳେ ଏହାକୁ ନେବା ପାଇଁ ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ର ମଜ୍ଜା ନେଇଥିଲେ। ପ୍ରଥମେ ତିନି ଠାକୁରଙ୍କ ରଥଟି ଲକ୍ଷ୍ମୀନାରାୟଣ ମନ୍ଦିର ( ମାଉସୀମା ମନ୍ଦିର ) ରୁ ବାହାରି ଆନନ୍ଦ ବଜାର ମନ୍ଦିର ପହଞ୍ଚିବା ପରେ ତିନି ଠାକୁରଙ୍କୁ ବିଜେ କରାଯିବା ପରେ ଆଳତି ହୋଇଥିଲା । ରଥ ଟଣା ସମୟରେ ବେତନଟୀ ପୋଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଇଥିଲା। ରଥ ଟଣା ଗତି ପଥରେ ବିଦ୍ୟୁତ ତାର ଗୁଡିକ ଝୁଲି ରହିଥିବା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିଲା। ଆଗାମୀ ବର୍ଷକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ତାର ଗୁଡିକ ଉଚ୍ଚ ଦେଇ ନେବା ନେଇ ସାଧାରଣରେ ଦାବି ହୋଇଛି । ରଥଟଣା କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ସଭାପତି ଠାକୁରା ହାଁସଦା, ଉପସଭାପତି ନିରଞ୍ଜନ ସାହୁ ସମ୍ପାଦକ ଗୋପୀନାଥ ପଢ଼ିଆରୀ, ସହ ସମ୍ପାଦକ ରୋହିତ ସିଂ, କୋଷାଧକ୍ଷ ସଞ୍ଜୟ ଘୋଷ, ସତ୍ୟନାରାୟଣ ବେହେରା, ସୁମୀତ ଘୋଷ, ଅର୍ପଣ ଘୋଷ, ଅର୍ଣ୍ଣବ ଘୋଷ, ସୁଦିପ ଘୋଷ, ସିପୁନ ବିନ୍ଧାଣି, ରାହୁଲ ସିଂ, ଆଦିତ୍ୟ ସାହୁ, ରିଙ୍କୁ ସିଂ, ପିଙ୍କି ସିଂ, ଦେବୁ ବିଶ୍ୱାଳ, ଆକାଶ ଯାଦବ, ହରିହର ହାଁସଦା, ରାହୁଲ ବେହେରା, ଦଲୁ ମହାନ୍ତ, କ୍ରିଷ୍ନା ବିନ୍ଧାଣି, ବିକାଶ ଜେନା, ତପନ ସେନାପତି, ବାପୁନ ହାଁସଦା, ବାଦଲ ହାଁସଦା ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ବାହୁଡା଼ଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବେ ସମାପନ କରିଥିଲେ। ପ୍ରଭୁଙ୍କ ରଥ ମନ୍ଦିର ଫେରିବା ପରେ ଶହ ଶହ ଶ୍ରଦ୍ଧାଳୁ ଙ୍କୁ ଖିରି ଭୋଗ ବଣ୍ଟନ କରାଯାଇଥିଲା।