ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ: ନିଳାଦ୍ରି ତ୍ରିପାଠୀ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କୁ ଧମକ ଦେବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ବଣିଆମାଳ ଗ୍ରାମର ଅଭିଯୁକ୍ତ ନିଳାଦ୍ରି ଭୂଷଣ ତ୍ରିପାଠୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଅଭିଯୋଗରୁ ପ୍ରକାଶ ଯେ ଏକ ଖବରକାଗଜରେ ଜିଲ୍ଲା ପରିଷଦ ସଭାପତିଙ୍କ ଫଟୋ ସହିତ ଏକ ସମ୍ମାନହାନୀ ସୂଚକ ଖବର ପ୍ରକାଶ ପାଇଥିଲା। ଏସମ୍ପର୍କରେ ସଭାପତି ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ପଚାରିବାରେ ସେ ସଭାପତିଙ୍କୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲା। ଏସମ୍ପର୍କରେ ସଭାପତି ସୁଶ୍ରୀ ଲିଲିତା ଦାସ କେନ୍ଦ୍ରାପଡା ଟାଉନଥାନାରେ ତା ୧୩. ୦୩.୨୦୨୬ରତିଖରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଉପରେ ଟାଉନଥାନା ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୬୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୬,୩୫୧(୨) ଏବଂ ୩ (ଆଇ) (ଆର. ଆର. ଏସ) ୨ଭିଏ ଏସସି, ଏସଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଜିଲ୍ଲାର ସର୍ବୋଚ୍ଚ ପଦରେ ଆସିନଥିବା ଜଣେ ମହିଳା ଜନପ୍ରତିନିଧିଙ୍କୁ ଧମକଚମକ ଦେବା ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଓ ମାନହାନୀ ସୂଚକ ଖବର ପ୍ରକାଶ କରିବା ଭଳି ସଂଗୀନ ଦଫାରେ ଅଭିଯୁକ୍ତ ନିଳାଦ୍ରି ଭୂଷଣ ତ୍ରିପାଠୀ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ତାଙ୍କୁ କେନ୍ଦ୍ରାପଡା ଉପକାରାଗାରାକୁ ପଠାଦେଇଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ କେତେକ ଅଧୁନା ଓ ପୂର୍ବତନ ଜନପ୍ରତିନିଧି, ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ନାମରେ, ଆଳିର ଜଣେ ସୂଚନା ଅଧିକାର କର୍ମୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତତ୍‌କାଳୀନ ରାଜକନିକା ବିଡିଓ, ପୂର୍ବତନ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ବହୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ସରକାରୀ ଅଧିକାରୀଙ୍କ ନାମରେ ମିଥ୍ୟା, ମନଗଢା ଓ ସମ୍ମାନହାନୀ ସୂଚକ ଖବର ପ୍ରକାଶ କରି ସେମାନଙ୍କୁ ବ୍ଲାକମେଲିଙ୍ଗ କରି ଅର୍ଥ ଆଦାୟ କରିବାକୁ ପ୍ରୟାସ କରିଥାଏ। ଏଭଳି ଅଭିଯୋଗ ତାଙ୍କ ନାମରେ ଆଳି ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ହୋଇଥିବା ନେଇ ସୂଚନା ମିଳିଛି। ସେ ଜଣେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ଲୋକମାନଙ୍କୁ ବାରମ୍ବାର ବ୍ଲକମେଲିଂ କରି ଅର୍ଥ ଆଦାୟ କରୁଥିବା ବ୍ୟକ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ