ବ୍ଳକ ପରିସରରେ ଭଙ୍ଗାରୁଜା ଘଟଣାରେ ଅଧ୍ୟକ୍ଷ ସମେତ ୩ ଗିରଫ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ବାଂଶପାଳ ବ୍ଲକ ବିଡିଓଙ୍କୁ ଗାଳିଗୁଲଜ କରିବା ଓ ଅଫିସରରେ ଭଙ୍ଗାରୁଜା କରି ଗେଟରେ ତାଲା ପକାଇବା ଅଭିଯୋଗରେ ପୋଲିସ ବାଂଶପାଳ ବ୍ଲକ ଅଧ୍ୟକ୍ଷ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେବାଂଶପାଳବ୍ଲକଅଧ୍ୟକ୍ଷମାନସଦେହୁରୀ(୩୮),କୁମୁଣ୍ଡି(ଖ) ଗ୍ରାମର ଶୁକଦେବମହାକୁଡ(୫୦) ଏବଂ କାଞ୍ଜିପାଣି ଗ୍ରାମର ପଦ୍ମଲୋଚନ ଆରୁକ୍‌(୪୦)ଙ୍କୁ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ପୋଲିସ ଓଡି ୦୯ ଡି ୭୯୯୯ ନମ୍ବର ଏକ କାର ଜବତ୍ କରିଛି । ପ୍ରକାଶ ଯେ, ଗତ ୫ ତାରିଖ ଦିନ ଅପରାହ୍ନ ୨ ଟା ୨୦ ମିନିଟ ସମୟରେ ବାଂଶପାଳ ବିଡିଓ ରାଜା ରଣଜିତ୍ ପ୍ରତାପ ବଳ ବିପ୍ଲବୀ ଧରଣୀଧର ନାଏକ ଜୟନ୍ତୀ ପାଳନ ଉପଲକ୍ଷେ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଆଲୋଚନା କରୁଥିଲେ । ଏହି ସମୟରେ ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ ଏବଂ ଅନ୍ୟ ୨ଜଣ ଅଫିସରେ ଯୋରଜବରଦସ୍ତ ପ୍ରବେଶ କରି ସେମାନଙ୍କୁ ଗାଳିଗୁଲଜ କରିବା ସହ ଅଫିସ ଖାଲି କରିବାକୁ ବାଧ୍ୟ କରିଥିଲେ । ଅଫିସ ର କାଚ କବାଟ ଭାଙ୍ଗି ଗାଳିଗୁଲଜ କରିଥିଲେ । ପରେ ମୁଖ୍ୟ ଗେଟରେ ତାଲା ପକାଇ ପଛ ଗେଟରେ ଚାଲିଯିବାକୁ ବାଧ୍ୟ କରିଥିଲେ । ବିଡିଓଙ୍କ ଅଭିଯୋଗକ୍ରମେ ନୟାକୋଟ ପୋଲିସ କେସ ନମ୍ବର ୬୭/୨୦୨୫ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬/୧୨୧(୧),୧୩୨,୩୨୪(୪),୩(୫) ଓ ୩ ପିଡିପିପି ଆକ୍ଟରେ କେସ ରୁଜୁ କରିଛି ।  ଏହି ମାମଲାର ତଦନ୍ତ ସବ ଇନ୍ସପେକ୍ଟର ଫୁଲ ଜେମ୍ସ ଟିଗା କରୁଥିବାବେଳେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ