ରାସ୍ତା ପାର୍ଶ୍ୱରେ ଛିଡ଼ା ଥିବା ଟେଙ୍କରକୁ ଧକ୍କା: ୩ ବାଇକ ଆରୋହୀ ମୃତ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳରେ ଘଟିଥିବା ଏକ ବଡ଼ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ନଟରାଜ ପେଟ୍ରୋଲ ପମ୍ପ ନିକଟରେ ବିଳମ୍ବିତ ରାତିରେ ଘଟିଥିବା ବେଳେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରାସ୍ତା ଉପରେ ବେଆଇନ ଭାବରେ ଛିଡ଼ା ଥିବା ଏକ  ଟେଙ୍କରକୁ ଏକ ବାଇକ ଓଡି ୧୮ସି ୩୫୨୧ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲାଯେ ବାଇକରେ  ଥିବା ୩ ଜଣ ଗୁରୁତର ଆହତ ହୋଇ ପଡ଼ିଥିଲେ। ସେଥିରୁ ୨ ଜଣ ନାବାଳକ ଥିବା ସୂଚନା ମିଳିଛି। ମୃତକମାନେ ହେଲେ ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁ ଗ୍ରାମର ଗୋବିନ୍ଦ ଝୋଡିଆଙ୍କ ପୁଅ ନରେନ୍ଦ୍ର ଝୋଡିଆ (୨୫), ମୁନା ଝୋଡିଆଙ୍କ ପୁଅ ବିପିନ ଝୋଡିଆ (୧୪) ଓ ଜଗ ଝୋଡିଆଙ୍କ ପୁଅ ଟୁନୁ ଝୋଡିଆ (୧୫)। ସେମାନେ କୌଣସି କାମରେ ଟିକିରି ପଟୁ ଗୋରଖପୁର ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଟିକିରି ପୋଲିସ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣେକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।ଏହି ହୃଦୟବିଦାରକ ଘଟଣା ପରେ ମହତପୁଟ ଖୁରିଗାଁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଏକାଥରେ ଦୁଇ ନାବାଳକ ସହ ୩ ଯୁବକଙ୍କ ଅକାଳ ମୃତ୍ୟୁ ପରିବାର ଓ ଗ୍ରାମବାସୀଙ୍କୁ ଗଭୀର ଆଘାତ ଦେଇଛି। ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ବେଆଇନ ଭାବେ ଯାନବାହନ ରଖିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି। ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅସାବଧାନତା ଓ ବେଆଇନ ଭାବେ ଭାରି ଯାନ ରଖିବା  କାରଣରୁ ନିର୍ଦୋଷ ଜୀବନ ହରାଯାଉଥିବା ଘଟଣା ଦୁଃଖଦ ଓ ପରିବାର ଙ୍କୁ ବହୁତ କଷ୍ଟ ଦେଉଛି ଓ ପରିବାର ଏବଂ ବନ୍ଧୁବର୍ଗ ରାସ୍ତା ରଖ କରିଛନ୍ତି |ପୋଲିସ ଏକ ମାମଲା ରୁଜକାରୀଵା ସହ ତଦନ୍ତ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବ ବୋଲି ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ