ଆଦି କର୍ମଯୋଗୀ ଅଭିଯାନ ଉପରେ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

କଟକ (ଓ୍ବାଇଏନଏସ): ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଆଦି କର୍ମଯୋଗୀ ଅଭିଯାନ ଉପରେ ଆଜିଠାରୁ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ୨୦ ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଛନ୍ତି। ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ଓ ଜାତି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ବନ ବିଭାଗର ବ୍ଲକସ୍ତରୀୟ ଅଧିକାରୀ ସାମିଲ ଅଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଡା ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ନିମନ୍ତେ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ କଟକ ଜିଲ୍ଳାର ୨୧ଟି ଗାଁ ସାମିଲ ରହିଛି।ତାଲିମପ୍ରାପ୍ତ ଆଦି କର୍ମଯୋଗୀମାନେ ଘରକୁ ଘର ଯାଇ ଗାଁ ଲୋକଙ୍କୁ ଅଭିଯାନ ସମ୍ପର୍କରେ ଜଣାଇବେ । ଗ୍ରାମବାସୀମାନଙ୍କର ସାମାଜିକ, ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା, ଜଳ, ବିଦ୍ୟୁତ୍‌, ଗୃହ, ଡିଜିଟାଲ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା ଏବଂ ଆଦିବାସୀ ପରିଚୟକୁ ସଂରକ୍ଷଣ କରିବା ତଥା ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ