ରାସ୍ତାରେ ଧାନ ଥୋଇବାକୁ ନେଇ ଆକ୍ରମଣ, ତିନି ଆହତ

ହାଟଡିହି(ଓ୍ବାଇଏନଏସ): ନନ୍ଦିପଦା ଥାନା ଶାଳଣିଆଁ ଗ୍ରାମରେ ସର୍ବ ସାଧାରଣ ରାସ୍ତାରେ ଧାନ ଥୋଇବାକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହେବାରୁ ୩ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ବାସନ୍ତୀ ରାଉଳ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ବାବାଜି ରାଉଳ ବିଲରୁ ଧାନ କଚଡ଼ା ଆଣି ରାସ୍ତା ଉପରେ ରଖିଥିଲେ। ପରଵର୍ତ୍ତି ସମୟରେ ତାକୁ ଘର ବାଡି଼କୁ ନେଇଥାନ୍ତେ। କିନ୍ତୁ ପଡୋଶୀ ହରିହର ବେହେରାଙ୍କ ପରିବାର ଲୋକେ ଧାନ ରଖିବାକୁ ବିରୋଧ କରି ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଦୁଇ ପରିବାର ଭିତରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ହରିହର ବେହେରା, ରମାକାନ୍ତ ବେହେରା, ବାବନ ବେହେରା ଙ୍କ ସମେତ ତାଙ୍କ ପରିବାରର ସମସ୍ତ ଲୋକ ସଂଘବଦ୍ଧ ଆକ୍ରମଣ କରିବାରୁ ବାବାଜି ରାଉଳ, ତାଙ୍କ ପତ୍ନୀ ବାସନ୍ତୀ ରାଉଳ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଫକିରପୁର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇ ଥିଲା। ବାବାଜିଙ୍କ ପତ୍ନୀ ବାସନ୍ତୀ ସନ୍ଧ୍ୟାରେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ