ପୋଲିସ ଜିଲା ପ୍ରଶାସନ ଉଦ୍ୟମରେ ଉଦ୍ଧାର ହେଲେ ନିୟମଗିରିର ତିନି ଦାଦନ ଶ୍ରମିକ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ତିନି ଜଣ ଦାଦନ ଶ୍ରମିକ ତାମିଲନାଡୁ ରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଜିଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତି କୁମାର ଙ୍କ ତତ୍ତ୍ୱାବଧାନରେ କଲ୍ୟାଣସିଂହପୁର ଥାନା ହାବିଲଦାର କାର୍ତ୍ତିକ ଶବର , ଏସ ଆଇ ଏସ କେ ବରିଆ ତାମିଲନାଡୁ ରାଜ୍ୟର କହିମ୍ଭାଟୁର ଅଞ୍ଚଳ ର ତିରିପୁରରେ ଥିବା ଏକ ଲୁଗା କମ୍ପାନୀରେ ପାର୍ଶାଲି ପଞ୍ଚାୟତର ଡ଼ଙ୍ଗାମାଟି ଗ୍ରାମର ଅଜିତ ଶିକକା,କାନସୁର ଗ୍ରାମର ଲକ୍ଷ୍ମୀ କାଡ୍ରାକା ,ପାଟଲମ୍ଭା ଗ୍ରାମର ବିନତି ସିକକା କାର୍ଯ୍ୟ କରୁଥିବା ବେଳେ ଉଦ୍ଧାର କରି ଆଣିଥିବା ଜଣାପଡିଛି । ଉକ୍ତ ଶ୍ରମିକ ମାନେ କାର୍ଯ୍ୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ସତ୍ତ୍ୱେ କମ୍ପାନୀ ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେଇ ଅଟକ ରଖିଥିଲେ । କୌଣସି ସୂତ୍ରରୁ ପୁଲିସ କି ନେଇଜିବା ପାଇଁ ଗୁହାରି କରିଥିଲେ ।ଏହାକୁ ନେଇ ଜିଲା ପୁଲିସ ଓ ଜିଲାପାଳଙ୍କ ନିର୍ଦ୍ଦେଶ ରେ ଉଦ୍ଧାର କରାଯାଇଛି । ଆଜି ତିନିଜଣ ଡଙ୍ଗରିଆ ଙ୍କୁ କଲ୍ୟାଣସିଂହପୁର ଥାନାକୁ ଆଣିଥିଲେ। ପରେ ରାତ୍ର ପ୍ରାୟ ନଅଟା ସମୟରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଏସ ଆଇ ଏସ. କେ. ବରିହା ମିଶି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ।