ଗୁଡୁଙ୍କୁ ସଂଘବଦ୍ଧ ହତ୍ୟାକାଣ୍ଡରେ ଆଉ ତିନି ଗିରଫ

ପୋଲସରା,(ଅନୀଲ କୁମାର ମହାରଣା) : ଜୁଲାଇ ୨୨ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପୋଲସରା ସହରରେ ସଂଘବଦ୍ଧ ଆକ୍ରମଣରେ ଗୁଡୁ ଓରଫ ରାକେଶ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ କେଶ ନଂ ୫୨୦/୨୫ ପ୍ରକାରେ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇ ଜୁଲାଇ ୨୩ ତାରିଖ ଦିନ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେହି କେଶରେ ଜୁଲାଇ ୩୧ ତାରିଖ ଦିନ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲସରା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ (୧):- ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଗଣେଶ ବରାଡଙ୍କ ପୁଅ ଦୀପକ ବରାଡ ଓରଫ ବାୟା(୨୩) , (୨):- ବୁଗୁଡା ଥାନା ଅନ୍ତର୍ଗତ କତକଲା ଗ୍ରାମର ଦିନବନ୍ଧୁ ପ୍ରଧାନଙ୍କ ପୁଅ ରାଜା ପ୍ରଧାନ ଓରଫ କରଣ୍ଡା ଓରଫ କାନ୍ତ(୨୨) ଧାରା ୟୁ/ଏସ – ୧୯୧(୨)/ ୧୯୧(୩)/ ୧୦୩(୧)/ ୩୦୩(୨)/ ୬୧(୨)/ ୧୯୦ ବିଏନଏସ/ ଆର.ଡବଲଭି ସେକ୍ସନ ୨୫(୧)(ଏ)/ ୨୭(୧) ଆର୍ମ ଆକ୍ଟ ଏବଂ (୩):- ପୋଲସରା ଥାନା ଅନ୍ତର୍ଗତ ଭଗବାନ ନଗର ସାହିର ଗାନ୍ଧୀ ବେହେରାଙ୍କ ପୁଅ କାହ୍ନୁ ଚରଣ ବେହେରା(୨୦) ଧାରା ୟୁ/ଏସ – ୧୦୩(୧)/ ୨୪୯(ଏ) ବିଏନଏସ । ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋଟର ସାଇକେଲ, ଗୋଟିଏ ଖଣ୍ଡା ଓ ଗୋଟିଏ ସାଇକେଲ କ୍ରାଙ୍କ ଜବତ ହୋଇଥିବା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଏହି ହତ୍ୟାକାଣ୍ଡରେ ମୋଟ ୮ ଜଣ ଗିରଫ  ହୋଇ କୋର୍ଟ ଚାଲାଣ ହୋଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ