ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଶିଶୁ ସମେତ ତିନି ଗୁରୁତର
କଲ୍ୟାଣସିଂହପୁର-(ଏଙ୍କେଟେଶ୍ୱର ପାଢ଼ୀ)ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଶିଶୁ ସମେତ ତିନି ଗୁରୁତ୍ତର ହୋଇ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି।ଗତ କାଲି ପାହାଡ଼ରୁ ଜଙ୍ଗଲୀ ଛତୁ ଆଣି ରାମି ପେରିସିକା,ସିର୍ଦ୍ଧାଥ ପେରିସିକା(୧୬),ଶିଶୁ ଦିଲିପ ପେରିସିକା(୩) ଖାଇଥିଲେ। ପରେ ବାନ୍ତି ଝାଡା ହେବାରୁ ଆମ୍ବୁଲାନ୍ସ ରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଭର୍ତ୍ତି ହୋଇଥିଲେ।ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ତୁମ୍ବିତରାଇ ଗାଁରେ ।ପରିବାରର ଦେବଦାସ ଓ ଶାଧୁବାଣୀ ପେରିସିକା କହିବା ଅନୁଯାୟୀ ଗତକାଲି ପରିବାରଲୋକେ ଜଙ୍ଗଲକୁ ଯାଇ ଫେରିବା ବେଳେ ବାଟରେ ଛତୁଦେଖି ଗୋଟାଇ ଆଣିଥିଲେ ।ଉକ୍ତ ଛତୁକୁ ରୋଷେଇ କରି ପରିବାରର ୪ଜଣ ଖାଇବାପରେ କିଛିସମୟ ପରେ ତିନି ଜଣଙ୍କୁ ପେଟ ବ୍ୟଥା,ବାନ୍ତି ହୋଇ ଗୁରୁତ୍ତର ହେବାରୁ ପରିବାର ଲୋକ ଦେଖି ଆମ୍ବୁଲାନ୍ସ କୁ ଯୋଗାଯାଗ କରି ଗତ ରାତ୍ର ସମୟରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ଚିକିତ୍ସା କରିଥିଲେ । ଏହି ପରିବାର ମଧ୍ଯରୁ ଜଣେ ତିନି ବର୍ଷର ଶିଶୁ ଓ ଦୁଇଜଣ ବିଷାକ୍ତ ଛତୁଖାଇ ଗୁରୁତ୍ତର ହୋଇଥିବା ଦେଖିବାକୁ ମିଳିଛି ।ଚିକିତ୍ସା ପରେ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ନିଜ ଘରକୁ ଫେରିଯାଇଛନ୍ତି।