୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି
ଛତ୍ରପୁର, (ଓ୍ବାଇଏନଏସ): ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ଦ୍ଵିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ଖେଳାଳି। ଛତ୍ରପୁର ଗିଲିଟିପେଟା ସାହିର ସୁନାମଧନ୍ୟ ଖେଳାଳୀ ଭି. ରମେଶ ରାଓ ପୁରୁଷ ଇପି ଓ ଫଏଲ୍ ଦଳ ପକ୍ଷରୁ ସ୍ବର୍ଣ୍ଣ, ଇପି ଏକକ ବର୍ଗରେ ରୌପ୍ୟ ଓ ଫଏଲ୍ ଏକକ ବର୍ଗରେ ବ୍ରୋଞ୍ଜ ସମେତ ୪ ପଦକ ହାସଲ କରିଛନ୍ତି। ସେହିପରି ମାଳତି ପନୁରେ ଏକକ ବର୍ଗ ଫଏଲ୍, ସବ୍ରେ, ଇପି ଓ ମହିଳା ଫଏଲ୍ ଟିମ୍ରେ ମୋଟ ୪ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏହା ସହ ସହ ମହିଳା ଇପି ଦଳ ଓ ସବ୍ରେ ବର୍ଗରେ ରୌପ୍ୟ ପଦକକୁ ମିଶାଇ ସମୁଦାୟ ୬ଟି ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଫଏଲ୍ ଟିମ୍ ରେ ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ଏହି ସଫଳତା ପରେ ବିଭିନ୍ନ ମହଲରୁ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


