କାର ଦୁର୍ଘଟଣାରେ ତିନି ଗୁରୁତର

ପୋଲସରା(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ନିକଟସ୍ଥ ଧନେଇ କେନାଲ ଶଙ୍ଖ କାନ୍ଥରେ କାର ପିଟି ହୋଇ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଜଣେ ଆହାତ ବ୍ୟକ୍ତି ପୋଲସରା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଭାବରଡା ଗ୍ରାମରୁ ଏକ କାର ଚିରିକିପଡା ଶାସନ ଅଭିମୁଖେ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ଧନେଇ କେନାଲ ଶଙ୍ଖ କାନ୍ଥରେ ପିଟି ହୋଇଥିଲା। କାରରେ ବସିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ, ବର୍ଷା ସେଠୀ ଓ ଦୁଇ ବର୍ଷର ଛୋଟ ଶିଶୁ ସାହିଲ ସେଠୀ ଗୁରୁତର ଭାବେ ଆହତ ହୋଇ ଥିବା ବେଳେ ଅନିଲ ସେଠୀ ସାମାନ୍ୟ ଆହାତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଦ୍ବାରା ପୋଲସରା ମେଡିକାଲ ଆଣାଯାଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସାମାନ୍ୟ ଆହାତ ଅନିଲଙ୍କୁ ଚିକିତ୍ସା ପରେ ଛାଡିଦିଆଯାଇଛି। ସମସ୍ତ ଆହତ ବ୍ୟକ୍ତି ଭାବରଡା ଗ୍ରାମର ବୋଲି ଜଣାପଡିଛି। ପୋଲସରା ମେଡିକାଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ