ସର୍ପାଘାତରେ ଯୁକ୍ତ ତିନି ଛାତ୍ରଙ୍କ ମୃତ୍ୟୁ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମରେ ସର୍ପାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗ୍ରାମର ବିଜୟ ଦାସଙ୍କ ଏକମାତ୍ର ପୁଅ ଶକ୍ତି ଦାସ (୨୨)ଯୁକ୍ତ ତିନି ଛାତ୍ର। ଗତକାଲି ଘରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିବା ଦ୍ୱାରା ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକମାନେ ତାଙ୍କୁ ନିକଟସ୍ଥ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଘେନି ଆସିଥିଲେ। ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ପରିବାର ସମେତ ବାପା ମା ମର୍ମାହତ ହୋଇ ପଡିଛନ୍ତି। ସମଗ୍ର ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ପାଠୁଆ ପିଲାକୁ ହରାଇ ଥିବାରୁ ସରକାର ସେ ଗରିବ ଅସହାୟ ପରିବାରଙ୍କ ପ୍ରତି ତୁରନ୍ତ ସହାୟତା ଯୋଗାଇବା ପାଇଁ କାଉନସିଲର ସନତ କର, ସୁରେନ୍ଦ୍ର ଦାସ ଦାବି କରିଛନ୍ତି।