ଗଜପତିରେ କାଳବୈଶାଖୀ: ବଜ୍ରାଘାତରେ ଜଣେ ଗୁରୁତର, ୪ ଆହତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନୂଆଗଡ଼ ବୃକ ସମ୍ବଲପୁର ପଞ୍ଚାୟତ ଅନ୍ତଗତ ଏନ୍. ଝାଲରସିଂ ଗ୍ରାମରେ ଗତକାଲି ସନ୍ଧ୍ୟାରେ କଳାହାଣ୍ଡିଆ ମେଘ ସାଙ୍ଗକୁ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଜୋରରେ ପବନ ବୋହିବା ଯୋଗୁଁ ଏକ ନଡ଼ିଆ ଗଛ ଭାଙ୍ଗି ଘର ଉପରେ ପଡ଼ିଥିଲା । ଫଳରେ ମୁକ୍ତ ମାଳି ଓ ସାରା ଲୀମାଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।  ଏଥିରେ ଘର କାନ୍ଥ ଓ ଛାତ ଭାଙ୍ଗି ଯାଇଛି ପଇଛି। ଏହା ସହ ଗ୍ରାମର ବହୁ ଲୋକଙ୍କ ଘର ଟିଣ ଛପର ଉଡ଼ାଇ ନେଇଛି। ରା. ଉଦୟଗିରି ବୃକ ଅନଘା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁ ବୁରୁସିଂ ଗ୍ରାମରେ ପ୍ରଚଣ୍ଡ ଶବ୍ଦରେ ବିଜୁଳି ଘଡ଼ଘଡ଼ି ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ବର୍ଷ ପୁଅ ଓ ୪ ବର୍ଷର ଝିଅ। ଆହତମାନେ ହେଲେ ସଙ୍ଗୀତା ଯାନୀ(୧୫), ପୂର୍ଣ୍ଣବାସୀ ଯାନୀ (୨୦), ସୁମିତ୍ରା ଯାନୀ (୫୦), ଗିରିଧାର ଯାନୀ (୭) ଓ ରୀତିକା ରାଣୀ ଯାନୀ (୪) । ଏମାନେ ଘର ଭିତରେ ଥିବା ସମୟରେ ଘର ପାଖରେ ଥିବା ଏକ ନଡ଼ିଆ ଗଛକୁ ପ୍ରଥମେ ବିଜୁଳି ମାରିଥିଲା। ସେହି ଗଛ ନିକଟରେ ଥିବା ଘରେ ଏହାର ଖୁବ ପ୍ରଭାବ ପଡ଼ିଥିଲା। ଫଳରେ ଘରେ ଲାଗିଥିବା ବିଦ୍ୟୁତ ବୋର୍ଡ ଏବଂ ମୋବାଇଲ ଭାଙ୍ଗି ଏହି ୫ ଜଣଙ୍କୁ ଶକ୍ତ ଝଟକା ମାରିଥିଲା। ସଙ୍ଗେ ସଙ୍ଗେ ତୁବୁରୁସିଂ ଗ୍ରାମରୁ ଅଟୋ ଯୋଗେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଡା. ବ୍ରଜରାଜ ସଞ୍ଜୀବ ସିଂ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ବର୍ତ୍ତମାନ ସୁଦ୍ଧା ସବୁ ଆହତଙ୍କ ଅବସ୍ଥା ବିପଦ ମୁକ୍ତ ଥିବା ଥିବା ଜଣାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ