କେନ୍ଦୁଝର ସହର ନିକଟରୁ କଲରାପତରିଆ ବାଘ ଚମଡା ଜବତ , ୨ ଗିରଫ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜୁଡ଼ିଆଘାଟି ମୁଣ୍ଡା ସାହିରୁ ବନ ବିଭାଗ ଏବଂ ପୋଲିସ ଟିମ ମିଳିତ ଭାବେ ଚଢଉ କରି ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିଥିବାବେଳେ ମାମଲାରେ ଜଡିତ 2 ଜଣଙ୍କୁ ଗିରଫ କରାଯାଇଥିବା କେନ୍ଦୁଝର ଡି ଏଫ ଓ ଧନରାଜ ଏଚ ଡି ସୂଚନା ଦେଇଛନ୍ତି ।  ସୂଚନା ଅନୁସାରେ  କେନ୍ଦୁଝର ସଦର ରେଞ୍ଜ  ଅନ୍ତର୍ଗତ ଜୁଡିଆଘାଟି ନିକଟ ମୁଣ୍ଡାସାହିରେ ପାଟଣା ଆସନବଣି ଗ୍ରାମର  ରବିନ୍ଦ୍ର ଟୁଡୁ(୪୦) ଏକ କଲରାପରିଆ ବାଘ ଚମଡା ରଖିଥିବା  ବନ ବିଭାଗକୁ ଗୁଇନ୍ଦା ତଥ୍ୟ ମିଳିଥିଲା ତଥ୍ୟ ଆଧାରରେ  ସେଠାରେ ଚଢ଼ାଉ କରାଜାଇଥିଲା । ରବିନ୍ଦ୍ର  କଳରାପତରିଆ ବାଘ  ଚମଡା କୁ ବିକ୍ରୀ ଉଦ୍ଦେଶ୍ୟରେ ରଖିଥିବା ତଦନ୍ତ ବେଳେ ଜଣାପଡିଥିଲା । ଏହି କାରବାରରେ ଜୁଡ଼ିଆଘାଟି ମୁଣ୍ଡାସାହିରେ ରହୁଥିବା  ରବୀନ୍ଦ୍ରର  ଶଳା ମନୁଆ ହେମ୍ବ୍ରମ(୪୬) ସାମିଲ ଥିବା ଜଣାପଡିଛି ।ଫଳରେ ବନବିଭାଗ ଉଭୟ ମନୁଆ ହେମ୍ବ୍ରମ ଏବଂ ରବୀନ୍ଦ୍ର ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛି. ସେମାନଙ୍କର ମୋବାଇଲ ଫୋନ ଯାଂଚ କରି ବନ୍ୟପ୍ରାଣୀ ବ୍ୟବସାୟ ସମ୍ବନ୍ଧୀୟ ଅନେକ ଭିଡିଓ ଓ ଫଟୋ ରହିଥିବା ବନ ବିଭାଗ ଯାଣିବାକୁ ପାଇଛି । ଏପରିକି ଉଭୟ ହାତୀ ଦାନ୍ତ ଓଜନ କରୁଥିବା ମଧ୍ୟ ମୋବାଇଲ ଭିଡିଓ କରିଥିବା ସୂଚନା ମିଳିଛି. ତେଣୁ ସେମାନେ ହାତୀଦାନ୍ତ କାରବରରେ  ମଧ୍ୟ ଜଡିତ ଥିବା ସନ୍ଧେହକରି  ବନ ବିଭାଗ ଅଧିକ ତଦନ୍ତ କରୁଥିବା ଜଣାପଡିଛି. ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ,୧୯୭୨ ଅନୁଯାୟୀ ଓଆର-୧୬କେ ୨୦୨୪-୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ବାଘଛାଲ ରଖିବା ଘଟଣାରେ  ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ଏବଂ କଲରାପତରିଆ ବାଘ କେଉଁ ଜଙ୍ଗଲରେ ମରାଯାଇଛି ତାହାର ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ଅଧିକାରୀ ତଥା କେନ୍ଦୁଝର ଏସି ଏଫ ଅଶୋକ ଦାସ  ପ୍ରକାଶ କରିଛନ୍ତି । କଲରାପତରିଆ ବାଘର ବୟସ ୧୦ ବର୍ଷର୍ ହେବ ବୋଲି ଅନୁମାନ କରାଯାଉଥିବାବେଳେ କରଞ୍ଜିଆ ଡିଭିଜନ ଶିମିଳିପାଳ ଜଙ୍ଗଲରୁ କଲରାପତରିଆ ବାଘଟିକୁ ମରାଯାଇଥିବା ନେଇ ସନ୍ଦେହ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ