କାରକୁ ଧକ୍କା ଦେଇ ୩ ବୁଲେଟ ଆରୋହୀ ଗୁରୁତର

ହାଟଡିହି (ଓ୍ବାଇଏନଏସ) : କାରକୁ ଧକ୍କା ଦେଇ ୩ ବୁଲେଟ ଆରୋହୀ ଗୁରୁତର ହୋଇଥିବା ଜଣା ଯାଇଛି।  ରାଜ୍ୟ ରାଜପଥ ୫୩ ବେତିରା ଛକ ନିକଟରେ ଏକ ବୁଲେଟ କାରକୁ ଧକ୍କା ଦେଇଛି । ଦୁର୍ଘଟଣା ରେ ବୁଲେଟରେ ବସିଥିବା ୩ଯୁବକ ଗୁରୁତର  ଆହତ ହୋଇଛନ୍ତି । ନନ୍ଦିପଦା ଥାନା ବେତିରା ଛକ ନିକଟରେ ଜଣେ ବ୍ୟକ୍ତି ନିଜ ଘରକୁ ତାଙ୍କ କାରଟିକୁ ନେଉଥିବା ସମୟରେ ଭଦ୍ରକ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୁଲେଟ କାରକୁ ଧକ୍କା ଦେଇଥିଲା। ବୁଲେଟରେ ବନ୍ତ ଅଞ୍ଚଳର ଚାରି ଜଣ ଯୁବକ ବସିଥିବା ବେଳେ ସେଥିରୁ ୩ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହାଟଡିହି ଅଗ୍ନିଶମ ବାହିନୀ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ନନ୍ଦିପଦା ପୋଲିସ ପହଁଞ୍ଚି ୨ଟି ଯାକ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ