ଟିଲୋ କପ ୨୦୨୬ : ଫାଇନାଲରେ ସିଏଜି ଦିଲ୍ଲୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ ୨୦୨୬ର ଶନିବାର ୯ମ ଦିନରେ ୨ୟ ସେମି ଫାଇନାଲ ମ୍ୟାଚ୍ ସି.ଏ.ଜି ଦିଲ୍ଲୀ ଓ ଏ ଏଣ୍ଡ ଏସ କୋଲକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଏ ଏଣ୍ଡ ଏସ କୋଲକତା ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ସି.ଏ.ଜି ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୭ ଉଇକେଟ୍ ହରାଇ ୨୭୯ ରନ୍ କରିଥିଲା । ଦଳ ପକ୍ଷରୁ ଅର୍କପ୍ରଭା ସିହ୍ନା ୭୪, ଅଭିରଥ ଏମ୍‌. ୬୬, ସୁମିତ ମାଥୁର ୬୨ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଏ ଏଣ୍ଡ ଏସ କୋଲକତାର ବୋଲର ଋଷିକେଶ ୩, ଅଭି ବାଖି ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ଏ ଏଣ୍ଡ ଏସ କୋଲକତା ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୮୭ ରନ୍ କରି ପରାଜିତ ହୋଇଥିଲା । ଫଳରେ ସି.ଏ.ଜି ଦିଲ୍ଲୀ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ଏ ଏଣ୍ଡ ଏସ କୋଲକତାର ସଚୀନ ଯାଦବ ୫୧, ଶୁଭଙ୍କର ବଳ ୨୭, ପ୍ରଭାତ ମୌର୍ଯ୍ୟ ୨୨ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ସି.ଏ.ଜି ଦିଲ୍ଲୀର ବୋଲର ଋତ୍ୱିକ ଚାଟାର୍ଜୀ ୩, ଅଭିରଥ ଏମ୍‌. ୨ ଓ ଗୁରିନ୍ଦର ସିଂହ ୨ ଉଇକେଟ ନେଇଥିଲେ । ଅଭିରଥ ଏମ୍‌.ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଆଜିର ମ୍ୟାଚରେ ଅମ୍ପାୟର ଲଲାଟ କେଶରୀ ନନ୍ଦ, ସତ୍ୟବ୍ରତ ଜେନା, ଭାଷ୍ୟକାର ସୁକାନ୍ତ ବେହେରା, ରସିଦ୍‌ଉଲ ଓହିଦ୍‌, ସ୍କୋରର ସୌରଜିତ୍ ସାହୁ, ପ୍ରକାଶ ସ୍ୱାଇଁ ଦାୟୀତ୍ୱ ତୁଲାଇଥିଲେ । ଅତିଥି ଭାବେ ଗୌରାଙ୍ଗ ରାଉଳ, ଶୁଭେନ୍ଦୁ ଶଙ୍କର ଲେଙ୍କା, ରମାକାନ୍ତ ଜେନା ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମଳୟ କୁଅଁର, ଧନେଶ୍ୱର ଧଳ, ପର୍ଶୁରାମ ସାହୁ, ରାଜେନ୍ଦ୍ର ଧଳ, ଚିରଞ୍ଜୀବ ସ୍ୱାଇଁ, ସୁବ୍ରତ ପୃଷ୍ଟି, ପ୍ରସେନଜିତ୍ ରାଜ, ସତ୍ୟବ୍ରତ ପୃଷ୍ଟି ସହଯୋଗ କରିଥିଲେ । ରବିବାର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ସି.ଏ.ଜି ଦିଲ୍ଲୀ ଓ ନିମପୁର ଓଡିଶା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ