ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଓ ଜେସିବି ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମ ନିକଟରୁ ବେଆଇନ ଓ ଚୋରା ବାଲି ଚାଲାଣ ଅଭିଯୋଗରେ 2 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ସୂଚନା ମିଳିଛି.ଗଜପତି ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ଏହି ଘଟଣା ନେଇ କହିଛନ୍ତି, ଚୋରା ବାଲିଚାଲାଣରେ ଜବତ ହୋଇଥିବା 2 ଗୋଟି ଟ୍ରାକ୍ଟର ମଧ୍ୟରୁ ଜରିମାନା ପଇଠ କରି ଗୋଟିଏ ଟ୍ରାକ୍ଟରକୁ ଖଲାସ କରାଯାଇଛି. ଅନ୍ୟ ଏକ ଟ୍ରାକ୍ଟର ଖଣି ଅଫିସ ସମ୍ମୁଖରେ ଜବତ ହୋଇ ରହିଛି. ସେହିପରି ସେହି ଜିଲ୍ଲାର କାଶୀନଗର ବଂଶଧାରା ନ‌ଦୀ ତଟରେ ଥିବା ଶ୍ମଶାନ ଘାଟ ନିକଟରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାରେ ବାଲିଚାଲାଣ ହେଉଥ‌ିବା ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରାଯାଇ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ନଂ ବିହୀନ ଜେସିବିକୁ ଜବତ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି. ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଚୋରା ବାଲିଚାଲାଣକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଖଣି ବିଭାଗ ସଜାଗ ରହି ତଦନ୍ତ ଜାରି ରଖିଥିବା ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ