ବ୍ୟାପକ ଟ୍ରକ ଚଳାଚଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜାତୀୟ ରାଜପଥ ଉପରେ ରହିଥିବା ଟୋଲ ଗେଟ ଗୁଡ଼ିକ ରେ   ଟାସ୍କ ଦେବାକୁ ପଡୁଥିବାରୁ ସ୍ଥାନୀୟ କିଛି ଗାଡି ଚାଳକ ମାନେ ଭାରି ଯାନ ଚଳାଚଳ କରିବା ପାଇଁ ଅନୁମତି ନଥିବା ରାସ୍ତାରେ ଭାରି ଯାନ ଚଳା ଚଳ କରୁଥିବାରୁ ଅନେକ ସମୟରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି ଯାହା ଫଳରେ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଛକ ଠାରୁ ଆରମ୍ଭ କରି ଉଖୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ପିଡବ୍ଲ୍ୟୁଡି ରାସ୍ତା ଉପରେ ଭାରି ଯାନ ଚଳାଚଳ କୁ ସଂପୂର୍ଣ୍ଣ ଭାବରେ ଜିଲା ପ୍ରଶାସନ ନିଷେଧ କରିଥିବା ବେଳେ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନ ଗୁଡ଼ିକ ଯାତାୟାତ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ଅଭିଯୋଗ ହେଉଛି। ବିଶେଷ କରି ବ୍ଲକ ଛକଠାରୁ ବ୍ଲକ ପର୍ଯ୍ୟନ୍ତ ସବୁ ସମୟରେ ଜନସାଧାରଣ ଙ୍କ ଗହଳି ଲାଗିରହି ଥାଏ । ଏହି ଜନଗହଳି ପୁର୍ଣ୍ଣ ରାସ୍ତା ଦେଇ ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ଲୋଡ ହୋଇ ଆସୁଥିବା ଭାରି ଯାନ ଗୁଡିକ ୨୦ ନମ୍ବର ଜାତୀୟ ରାଜପଥରେ ଯିବାର ନିୟମ ରହିଛି । କିନ୍ତୁ ଖଣିଜ ପରିବହନ କରୁଥିବା ଗାଡି ଗୁଡିକ ଜାତୀୟ ରାଜପଥ ରେ ନଯାଇ ଝୁମ୍ପୁରା ବ୍ଲକ ରୋଡ଼ ଦେଇ ଯାତାୟତ କରୁଛନ୍ତି। ଏହି ରାସ୍ତାରେ ଭାରି ଯାନ ଗୁଡିକ ଚଳାଚଳ କରିବା ପାଇଁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ତରଫରୁ ସ୍ଥାନୀୟ ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ନେଉ ନଥିବା ଦେଖିବାକୁ ମିଳିଛି। ଏହି ରାସ୍ତାରେ ପ୍ରତିଦିନ ଯାତାୟତ କରୁଥିବା ଭାରିଯାନ ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫରୁ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ