ଝୁମ୍ପୁରା ବଜାରରେ ଜନସାଧାରଣଙ୍କୁ ଅଣାୟତ କରୁଛି ଟ୍ରାଫିକ ସମସ୍ୟା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲାର ଝୁମ୍ପୁରା ବଜାର ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ। ଝୁମ୍ପୁରା ଠାରେ ବଡ଼ ବଡ଼ ବ୍ୟବସାୟୀ ରହିଥିବାରୁ ଜିଲାର କୋଣ ଅନୁକୋଣ ରେ ରହିଥିବା ଛୋଟ ଛୋଟ ବ୍ୟବସାୟୀ ମାନେ ଝୁମ୍ପୁରା ରେ ରହିଥିବା ହୋଲସେଲ ବ୍ୟବସାୟୀ ମାନଙ୍କ ଠାରୁ ସାମଗ୍ରୀ ନେବା ପାଇଁ ପ୍ରତିଦିନ ଆସିଥାନ୍ତି। କିନ୍ତୁ ଝୁମ୍ପୁରା ବଜାର ପୂର୍ବରୁ ଜବର ଦଖଲ କାରୀ ଙ୍କ ଅଧିନରେ ରହିଥିଲା ଯାହା ଫଳରେ ଜନସାଧାରଣ କିମ୍ବା ବ୍ୟବସାୟ ମାନେ ଗାଡି ରଖିବା ପାଇଁ ସ୍ଥାନ ପାଇ ନଥାନ୍ତି ତା ସହିତ ପ୍ରତିଦିନ ଝୁମ୍ପୁରା ବଜାରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ରାଜ୍ୟ ରେ ନୂତନ ସରକାର ଗଠନ ହେଲା ଏବଂ କେନ୍ଦୁଝର ଜିଲ୍ଲାରୁ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଝୁମ୍ପୁରା ଠାରେ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗଦାନ କରିବା ସମୟରେ ଝୁମ୍ପୁରା ବଜାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ସ୍ଥାନୀୟ କିଛି ବୁଦ୍ଧିଜୀବି ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଫେରି ଯିବାର କିଛି ଦିନ ପରେ ଚମ୍ପୁଆ ଉପଜିଲା, ଝୁମ୍ପୁରା ତହସିଲଦାର,ବ୍ଲକ ପ୍ରଶାସନ ତରଫରୁ ଜରୁରୀ ବୈଠକ କରିବା ସହିତ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ ପ୍ରଶାସନ। ପ୍ରଶାସନ ତରଫରୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଜବର ଦଖଲ କୁ ବାଦ ଦେଇ ଅନ୍ୟ ସମସ୍ତଙ୍କର ଜବର ଦଖଲ କୁ ଉଚ୍ଛେଦ କରିଥିଲେ। ହେଲେ ପ୍ରଶାସନ ର ଜବର ଦଖଲ ଲୋକ ଦେଖାଣିଆଁ ଥିଲେ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ରେ ପାତର ଅନ୍ତର କରିବାରୁ ବର୍ତ୍ତମାନ ଯେଉଁ ମାନଙ୍କର ଜବର ଦଖଲ ଉଚ୍ଛେଦ କରାଯାଇଥିଲା ସେମାନେ ପୁଣି ଥରେ ଜବର ଦଖଲ କରିବା ଆରମ୍ଭ କରିଛନ୍ତି। ବଜାରରେ ଜବର ଦଖଲ ଦିନକୁଦିନ ଯେତିକି ବଜାର ରେ ଟ୍ରାଫିକ ସମସ୍ୟା ସେତିକି ବଢ଼ି ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଜବର ଦଖଲ ଯୋଗୁଁ ରାସ୍ତା ସକୂଚିତ ହେଉଥିବାରୁ। ବିଭିନ୍ନ ସ୍ଥାନରୁ ବଜାର କୁ କିଣା ବିକା କରିବା ପାଇଁ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି l