କ୍ରିକେଟ୍ ସଂଘ ଓ ଜିଲ୍ଲା ପ୍ରଶାସନର ତାଲିମ୍ ଶିବିର

ବନ୍ତ(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲ୍ଲା କ୍ରିକେଟ୍ ସଂଘ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୫-୦୫-୨୦୨୫ ରିଖରୁ ୧-୦୬-୨୦୨୫ ରିଖ ୭ ଦିନ ବ୍ୟାପି ଓଡିଶା କ୍ରିକେଟ ସଂଘ ତାଲିମ୍ ଦାତାଙ୍କ ତତ୍ତ୍ୱାବଧାନରେ ଏକ କ୍ରିକେଟ୍ ତାଲିମ୍ ଶିବିର ଚରମ୍ପା ରେଲୱେ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ତାଲିମ୍ ଶିବିରରେ ଆଗ୍ରହୀ ୧୨ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଯୁବକ ମାନେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି । ଇଚ୍ଚୁକ ଯୁବକମାନେ ଉକ୍ତ ଦିନ ସକାଳ ୭ ଘଟିକାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନିଜନିଜର ଖେଳ ଉପକରଣ ଓ ପରିଚୟପତ୍ର(ଆଧାରକାର୍ଡ) ସହିତ ଉପସ୍ଥିତ ହୋଇ ନାମ ପଞ୍ଜିକରଣ କରାଇବେ । ଏହି ତାଲିମ୍ ଶିବିରରେ ଅଧିକରୁ ଅଧିକ ସଂଖ୍ୟାରେ ଯୁବ ବର୍ଗ ମାନେ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ