ଜନଗଣନା-୨୦୨୭ ପାଇଁ ପ୍ରଶିକ୍ଷଣ

ନାଉଗାଁ, (ଓ୍ବାଇଏନଏସ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା କାର୍ଯ୍ୟାଳୟ ଓଡିଶା ଏବଂ ରାଜ୍ୟ ସରଜାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିତ ସମନ୍ୱୟରେ ଜନଗଣନା କାର୍ଯ୍ୟ କରାଯାଉଛି। ଏହି ଜନଗଣନା କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ। ଏଥିପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ଗଣନକାରୀ ଓ ସୁପରଭାଇଜଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ନାଉଗାଁ ତହସିଲ କାର୍ଯ୍ୟାଳୟ ମାଧ୍ୟମରେ ୩ ଟି ବ୍ୟାଚ୍‌ରେ ୪ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ନେଇ ଏହି କାର୍ଯ୍ୟଜାରୀ ରହିଛି। ସରକାରଙ୍କ ନିୟମାନୁସାରେ ରାଜ୍ୟର ଗଣ ଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯିବ। ସେହିପରି ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବେ କାର୍ଯ୍ୟ କରିବେ। କ଼ିନ୍ତୁ ଉକ୍ତ ତହସିଲରେ ଏହାର ବିପରୀତ ଦେଖିବାକୁ ମିଳିଛି। ପ୍ରାଥମିକ ଶିକ୍ଷକଙ୍କୁ ସୁରଭାଇଜର ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଳ୍ପ ସଂଖ୍ୟକ ହାଇସ୍କୁଲ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ରଖାଯାଇଛି। ଏପରିକି ବରିଷ୍ଠ ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ହାଇସ୍କୁଲ ଶିକ୍ଷକମାନଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣ ଶେଷ ହୋଇଥିବା ବେଳେ ଦ୍ୱିତୀୟ ବ୍ୟାଚ୍ ପ୍ରଶିକ୍ଷଣ ତହସିଲଦାରଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ସଂଖ୍ୟା (ଚିଠି ନଂ-୮୫୨/ତା ୨୧/୦୩/୨୦୨୬) ଅନୁସାରେ ୨୩ ମାର୍ଚ୍ଚ ରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ବ୍ୟାଚ୍ ରେ କ୍ଷେତ୍ର ପ୍ରଶିକ୍ଷକ ଭାବେ ସୁଧୀର କୁମାର ବିଶ୍ୱାଳ, ଚିନ୍ତାମଣୀ ରାଉଳ,ଅକ୍ଷୟ କୁମାର ରାଉତ,ସରୋଜିନୀ ସାହୁଙ୍କୁ ରଖାଯାଇଛି। ଏହି ପ୍ରଶିକ୍ଷଣରେ କୋଠରୀ ନଂ-୧ରେ କ୍ଷେତ୍ର ପ୍ରଶିକ୍ଷକ ଭାବେ ଅକ୍ଷୟ କୁମାର ରାଉତ ଓ ସରୋଜିନୀ ସାହୁଙ୍କ ନାମ ରହିଥିବା ବେଳେ କୋଠରୀ ନଂ-୨ରେ କ୍ଷେତ୍ର ପ୍ରଶିକ୍ଷକ ଭାବେ ସୁଧୀର କୁମାର ବିଶ୍ୱାଳ ଓ ଚିନ୍ତାମଣୀ ରାଉଳଙ୍କ ନାମ ରହିଛି। କିନ୍ତୁ ଏହି ପ୍ରଶିକ୍ଷଣ ଚାଲୁଥିବା କିନ୍ତୁ ଏହି ପ୍ରଶିକ୍ଷଣ ଚାଲୁଥିବା କୋଠରୀ ନଂ-୨ରେ କ୍ଷେତ୍ର ପ୍ରଶିକ୍ଷକ ସୁଧୀର କୁମାର ବିଶ୍ୱାଳ, ଅକ୍ଷୟ କୁମାର ରାଉତ ଓ ସରୋଜିନୀ ସାହୁଙ୍କ ନାମ ପ୍ରଶିକ୍ଷଣ ନେବା ପାଇଁ ଉଲ୍ଲେଖ ରହିଛି। ଜନଗଣନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏପରି ଦାୟିତ୍ୱହୀନତାକୁ ନେଇ ଶିକ୍ଷକ ମହଲରେ ଆଲୋଚନାର ବିଷୟ ପାଲଟିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏବିଷୟରେ ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ