ଆଧୁନିକ ପ୍ରାଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ ପାଇଁ ତାଲିମ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ଛକସ୍ଥିତ ସାହୁ ମଣ୍ଡପରେ ଯୁବ ଭାରତ କୃଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କୃଷକ ସେବାକେନ୍ଦ୍ର ଓ ଆଧୁନିକ ପ୍ରଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ସଭାପତି ପ୍ରଭାକର ନାୟକ ମୁଖ୍ୟ ଅଥିତି ଭାବେ ଯୋଗଦେଇ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ୯ ଗୋଟି ବ୍ଲକରେ କୃଷକ ସେବାକେନ୍ଦ୍ର ଖୋଲି କୃଷକମାନଙ୍କୁ ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳତା ଉପରେ ତାଲିମ ପ୍ରଦାନ କରାଯିବାକୁ ଗୁରୁତ୍ୱାରୋପ କରିଥିଲେ । କୃଷକ ସେବାକେନ୍ଦ୍ର ମାଧ୍ୟମରେ ଧାନବିହନ, ମୁଗବିହନ, ମାଣ୍ଡିଆମଞ୍ଜି, ନଳିତାମଞ୍ଜି, ବିରି ବିହନ ପ୍ରଭୃତି ଯୋଗାଇ ଦେବା ଓ ଜୈବିକ ସାରକୁ କ୍ଷେତରେ ପ୍ରୟୋଗ କରି ଏକ ସୁନିୟନ୍ତ୍ରିତ ପଦ୍ଧତିରେ ଚାଷ କରିବା ପାଇଁ ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବହୁସଂଖ୍ୟକ କୃଷକ ଓ କୃଷିକାମାନେ ଯୋଗଦେଇଥିଲେ । ଏଥିରେ କେନ୍ଦ୍ରାପଡା ପ୍ରଭାରୀ ରଞ୍ଜନ କୁମାର ରାଉତ, ଉପଦେଷ୍ଟା ଇଂ ବନମାଳୀ ମିଶ୍ର, ଉପସଭାପତି ରମେଶ ସାହୁ, ଉପସଭାପତି ଶରତଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପାତ୍ର, ଶ୍ରାବଣୀ ଦାସ, ପ୍ରଭାତି ସାହୁ, ସୁମିତ୍ରା ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରାଜକନିକାର ଅଶ୍ୱିନୀ କୁମାର ଦାଶ, ଦୀନେଶ ନାଥ ଓ ବିଚିତ୍ର କୁମାର ସ୍ୱାଇଁ, ରାଜନଗରର ଚିତ୍ତରଞ୍ଜନ ବାରିକ, କେନ୍ଦ୍ରାପଡାର ପ୍ରଣବ କୁମାର ମିଶ୍ର, ପଟ୍ଟାମୁଣ୍ଡାଇର ବନମାଳୀ ବେହେରା ଏବଂ ଉଦୟପୁରର ହିମାଂଶୁ କୁଣ୍ଡ ପ୍ରମୁଖ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ବିଭିନ୍ନ ମତାମତ ଦେଇଥିଲେ। ସଂଗଣକ ପରିଚାଳନାକାରୀ ଜ୍ୟୋତିରଞ୍ଜନ ଦେବ ଓ କୃତି କିଶୋର ଦେବ ସଂଗଣକ ପରିଚାଳନା କ୍ଷେତ୍ରରେ କୃଷି ଶିକ୍ଷାନବୀଶ ମାନଙ୍କୁ ସଂଗଣକ ମାଧ୍ୟମରେ ଦକ୍ଷତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ