ଜନଗଣନା ୨୦୨୭ ପାଇଁ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ
କଟକ, (ଓ୍ବାଇଏନଏସ) : ଅଷ୍ଟମ ଜନଗଣନା କାର୍ଯ୍ୟକ୍ରମକୁ ସଫଳ, ସ୍ଵଚ୍ଛ , ତ୍ରୁଟିହୀନ ଭାବରେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନୋଡାଲ ଅଧିକାରୀମାନଙ୍କ ପାଇଁ ବିଭିନ୍ନ ତହସିଲରେ ସୁସଙ୍ଗଠିତ ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୯ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହୋଇ ବିଭିନ୍ନ ତାରିଖରେ ଓ ବ୍ୟାଚ୍ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ କରାଯାଉଛି । ଆଜି ନିଶ୍ଚିନ୍ତକୋଇଲି, କିଶନନଗର, ତିଗିରିଆ, ନରସିଂହପୁର, କଣ୍ଟାପଡା, ବାରଙ୍ଗ, କଟକ ସଦର , ଡମପଡା ଅଞ୍ଚଳରେ ତହସିଲଦାରଙ୍କ ପରିଚାଳନାରେ ଅନୁଷ୍ଠିତ ହେଉଛି । ସୂଚନାଥାଉକି ,ପ୍ରତ୍ୟେକ ବ୍ଯାଚରେ ୪୫ ରୁ ୫୦ ଜଣଙ୍କୁ ୩ ଦିନ ଲେଖାଏଁ ତାଲିମ୍ ପ୍ରଦାନ କରାଯାଉଛି।


