୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ

ଛତ୍ରପୁର, ୨୩/୨ : ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜ଼ିଲ୍ଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେର୍କେଟାଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ଭଵନ ର ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ଆଜି ଆରମ୍ଭ ହୋଇଛି । ଅପ୍ରେଲ ମାସ ପ୍ରଥମ ଦୁଇ ସପ୍ତାହ ଜନଗଣନା ଅଧିକାରୀମାନେ (ଆନିମେଟର ଓ ସୁପରଭାଇଜର) ଜିଲ୍ଲାର ପ୍ରତ୍ଯେକ ଘରକୁ ଘର ଯାଇ ସମସ୍ତ ତଥ୍ଯର ସଠିକ ବିବରଣୀ ଜନସାଧାରଣଙ୍କୁ ପଚାରି ନିର୍ଭୁଲ ଭାବରେ ଲିପିବଦ୍ଧ କରିବେ  । ଦେଶର ଜଣେ ସଚେତନ ନାଗରିକ ହିସାବରେ ସମସ୍ତେ ନିର୍ଭୁଲ ତଥ୍ଯ ଜନଗଣନା ଅଧିକାରୀମାନଙ୍କୁ ଦେବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି  । ଜନଗଣନା କାର୍ଯ୍ୟକୁ ପ୍ରଥମ ଥରପାଇଁ ଡିଜିଟାଲ ପ୍ରକ୍ରିୟାରେ କରାଯାଉଥିବାରୁ ସେନସସ୍ ପୋର୍ଟାଲରେ କିପରି ତଥ୍ୟ ଅପଲୋଡ୍ କରିପାରିବେ ତାହା ଉପରେ ଡି.ପି.ଏ. ସନ୍ତୋଷ କୁମାର ଆଚାର୍ଯ୍ୟ ଏବଂ ସହକାରୀ ନିର୍ଦ୍ଦେଶକ ସୁଜିତ୍ କୁମାର ପ୍ରଧାନ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ  । ବୈଷୟିକ ସହାୟକଙ୍କର ଏଥିରେ ମୁଖ୍ୟ ଭୂମିକା ରହିଛି  ଏବଂ ଶତକଡା ୯୦ ଭାଗ କାମ ଚାର୍ଜ ଅଫିସରଙ୍କର ରହିଛି ବୋଲି ସେମାନେ କହିଥିଲେ  । କୌଣସି ଶିକ୍ଷକ ଜନଗଣନା କାର୍ଯ୍ୟକୁ ମନା କରିପାରିବେ ନାହିଁ  । ଆଗାମୀ ଜନଗଣନାକୁ କିପରି ସୁଚାରୁରୂପେ ସମ୍ପାଦନ କରାଯାଇପାରିବ ତାହା ଉପରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।   ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶୀଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ