ଲଗାଣ ରାସ୍ତାରେ ଭାଙ୍ଗିଲା ଗଛ, ଯାତାୟତ ବାଧାପ୍ରାପ୍ତ
ହାଟଡିହି (ଓ୍ବାଇଏନଏସ) :ପଞ୍ଚୂଗୋଛିଆ ତରଭା ରାସ୍ତାର ପଞ୍ଚୂଗୋଛିଆ ନିକଟରେ ଲଗାଣ ବର୍ଷାରେ ଏକ ସମି ଗଛ ଭାଙ୍ଗି ପଡିବା ଦ୍ୱାରା ସେହି ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟତ ଠପ୍ ହୋଇଯାଇ ଥିଲା। ଏହି ରାସ୍ତା ଉପରେ ତରଭା, ବରେଶ୍ୱର, ଟିକରା, ପଞ୍ଚୁଗୋଛିଆ ପ୍ରଭୃତି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି। ଆଜି ଦିନ ୧୧ଟାରୁ ଗଛଟି ଭାଙ୍ଗିପଡ଼ିବାରୁ ଲୋକମାନେ ଯାତାୟତ କରି ପାରି ନଥିଲେ। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛଟିକୁ କାଟି ରାସ୍ତା ସଫା କରି ଯାତାୟତ ଉପଯୋଗୀ କରିଥିଲେ।