ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ର
କଟକ, (ଓ୍ବାଇଏନଏସ): ସିଡିଏ ବରିଷ୍ଠ ନାଗରିକ ମହାସଂଘ (ସିବନାମ)ପକ୍ଷରୁସେକ୍ଟର ୧୦ସ୍ଥ ଦୃଷ୍ଟି ବାଧିତ ଓ ମୁକ ବଧିର ବିଦ୍ୟାଳୟ, ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ଆରମ୍ଭ ରେ ବିଦ୍ୟାଳୟ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ଉଦେଶ୍ୟରେ ଏକ ସ୍ୱାଗତ ସଭା ର ଆୟୋଜନ କରାଯାଇଥିଲା l ଏହି ସଭା ରେ ସିଡିଏ ବରିଷ୍ଠ ନାଗରିକ ମହାସଂଘ (ସିବନାମ )ର ମହାସଚିବ ବରିଷ୍ଠ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟଅତିଥି ରୂପେ ମୁକ ବଧିର ବିଦ୍ୟାଳୟ ର ଅଧ୍ୟକ୍ଷl ଅନୀତା ମିଶ୍ର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ ଓ ପ୍ରଶଂସା କରିବା ସହ ଆଗାମୀ ଦିନ ମାନଙ୍କ ରେ ସହଯୋଗୀତା ଓ ସହବନ୍ଧିତା ର ପ୍ରତିଶୃତି ଦେଇଥିଲେ l ରାଜ୍ୟ ର ପ୍ରମୁଖ ଯୋଗ ପ୍ରଶିକ୍ଷକ ନରୋତ୍ତମ ଜେନା, ଦୃଷ୍ଟିବାଧିତ ବିଦ୍ୟାଳୟ ର ଅଧ୍ୟକ୍ଷl ପଦ୍ମିନୀ ମାହାନ୍ତ, ସିବନାମ ର ମୁଖ୍ୟଉପଦେଷ୍ଟା ଧରଣୀ ପଟ୍ଟନାୟକ, ରାଜ୍ୟ ବିଦ୍ୟାବିକାଶ ସମିତି ଉପ -ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ସିବନାମ ର ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ସମାଜ ସେବୀ ଶଶଧର ପଣ୍ଡା, ବିଶିଷ୍ଟ ଚିତ୍ରଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ବିଜୟ କୁମାର ପାତ୍ର, ବିଚିତ୍ରl ନନ୍ଦ ପ୍ରଧାନ, ଅରୁଣ କୁମାର ତରାଇ ପ୍ରମୁଖ ଯୋଗଦେଇ ବର୍ତମାନ ସମାଜ ଓ ସମୟ ରେ ବୃକ୍ଷ ଉଛେଦ ଅପେକ୍ଷା ବୃକ୍ଷ ରୋପଣ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ବୋଲି ମତପ୍ରକାଶ କରିଥିଲେ l ଶେଷ ରେ ସିବନାମ ର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରି ଥିଲେ l ସଭାପତି ଶ୍ରୀ ରାଉତରାୟ ଙ୍କ ନିର୍ଦେଶ ରେ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା l ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଅନ୍ତେବାସୀଓ ଛାତ୍ର/ଛାତ୍ରୀ ବୃକ୍ଷ ରୋପଣ କରି ନିଜକୁ ଆତ୍ମସନ୍ତୋଷ୍ଟି ଓ ଆନନ୍ଦ ଅନୁଭବ କରିଥିଲେ l