ବେତନଟୀ କୋର୍ଟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବେତନଟୀ (ଓ୍ବାଇଏନଏସ): ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବେତନଟୀର ନୂତନ କୋର୍ଟ ପରିସରରେ ବିଭିନ୍ନ ପ୍ରକାରର ଚାରା ଗଛ ରୋପଣ କରାଯାଇଅଛି । ମାନନୀୟା ବିଚାରପତି ସୁଶ୍ରୀ ରଶ୍ମି ନାରାୟଣୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତତସହିତ ବେତନଟୀ ବନବିଭାଗ ସହଯୋଗରେ ବଉଳ, ପିଜୁଳୀ, ଓଉ,ନିମ୍ବ, ଆମ୍ବ ଆଦି ନାନାଦି ପ୍ରକାରର ଚାରାଗଛ ରୋପଣ କରାଯାଇଥିଲା l ଏଥିରେ ସ୍ଥାନୀୟ ରେଞ୍ଜ ଅଫିସ ଓ କୋର୍ଟ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ବେତନଟୀ ବାର୍ ଏସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଓକିଲ ଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ