ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବାଲେଶ୍ବର(ସରୋଜ ପଣ୍ଡା): ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସମଗ୍ର ଦେଶରେ ‘ମାଆ ପାଇଁ ଗଛଟିଏ’ ଜୋରସୋରରେ ଚାଲୁଅଛି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀମାନେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କ ବାଲେଶ୍ଵର କାର୍ଯ୍ୟାଳୟରେ ବୃକ୍ଷ ରୋପଣ କରିଛନ୍ତି। ଏଡ଼ିସନାଲ୍ ଏସପି ଆଲୋକ ରଞ୍ଜନ ରାୟ ସମସ୍ତ ପ୍ରକାରର ସହାୟତା କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବେଣୁଧର ସାହୁ, ନାରୀନେତ୍ରୀ ସୁଷମା ବିଶ୍ବାଳ, ବିପିନ ମାରାଣ୍ଡି, ଶିବପ୍ରସାଦ ଦାସ, ସଂଗ୍ରାମ କେଶରୀ ଦାସ, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ସରସ୍ଵତୀପୁର ସରପଞ୍ଚ ଫୁଲ ଟୁଡୁ ଓ ସୁବୋଧ ଚନ୍ଦ୍ର ପଣ୍ଡା ସକ୍ରିୟ ଅଂଶଗ୍ରହଣ କରିଥିଲେ।