ଦୀପକ ମେମୋରିଆଲ ପବ୍ଲିକ ସ୍କୁଲରେ ବୃକ୍ଷ ରୋପଣ

ପୋଲସରା, (ଅନୀଲ କୁମାର ମହାରଣା) :  ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍.ଏ.ସି. ଅନ୍ତର୍ଗତ ଦାଶରଥି ନଗର ସ୍ଥିତ ଦୀପକ ମେମୋରିଆଲ୍ ପବ୍ଲିକ ସ୍କୁଲ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଜୁଲାଇ ୨୮ ତାରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ପ୍ରତିଭା ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ସଭାପତି ଭବାନୀ ଶଙ୍କର ରଥ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବାର ନୂତନ ଦିଗଦର୍ଶନ ଦେଇଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲୁଣିଘାଟି ସ୍ଥିତ ଶିବ ମନ୍ଦିରର ପ୍ରାଙ୍ଗଣରେ ପହଞ୍ଚି ଥିଲେ । ପରିବେଶର ସୁରକ୍ଷା ଓ ଜୀବନ ରକ୍ଷାକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ମନ୍ଦିର ପ୍ରାଙ୍ଗଣରେ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରି ଅନ୍ୟ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ବୃକ୍ଷ ବଞ୍ଚିଲେ ଜୀବ ଜଗତ ତିଷ୍ଠି ରହିପାରିବ। ମାନବ ସମାଜ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ଗୋଟିଏ ଗଛ ନିଶ୍ଚିତ ଲଗାଇବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ନିକଟ ଭବିଷ୍ୟତରେ ପ୍ରତ୍ୟେକଟି ଅଞ୍ଚଳ ସବୁଜ ସୁନ୍ଦର ହେବା ସହ ଏକ ସୁସ୍ଥ ପରିବେଶ ଗଢ଼ି ଉଠିବ ବୋଲି ଦୀପକ ମେମୋରିଆଲର ଅଧ୍ୟକ୍ଷା ପ୍ରତିଭା ରଥ ପ୍ରକାଶ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ