କଲେଜରେ ବୃକ୍ଷ ରୋପଣ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଡିଗ୍ରୀ କଲେଜରେ ସ୍ମାର୍ଟ ଭାଲ୍ୟୁ ଲିମିଟେଡ୍ ଏବଂ ଏପିଏଲଏଲ୍ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମରେ ଏପିଏଲଏଲ୍ ମୁଖ୍ୟ ପ୍ରମୋଦ ଯାଦବ , ଶ୍ୟାମଲ ଜାନା ଏବଂ ବରିଷ୍ଠ ଆଇବିଏ ସଦସ୍ୟ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ଶ୍ରୀଯୁକ୍ତ ବୁଲୁ ପାତ୍ର, ଶ୍ରୀଯୁକ୍ତ ନବକିଶୋର ନାୟକ ଏବଂ ମା ତାରିଣୀ କମ୍ପ୍ୟୁଟର ସେଣ୍ଟରର ଅଧ୍ୟକ୍ଷ ଦିଲୀପ କୁମାର ନାୟକ , କେନ୍ଦୁଝର ଟ୍ରକ୍ ମାଲିକ ସଙ୍ଘ ଯୁଗ୍ମ ସମ୍ପାଦକ – ଶ୍ରୀଯୁକ୍ତ ଅୟସ୍କାନ୍ତ ପଟ୍ଟନାୟକ , ଡକ୍ଟର ଆଶିଷ କେ. ରାଉତଙ୍କ , ରାଇସୁଆଁ ମହାବିଦ୍ୟାୟ ଇଂରାଜୀ ଅଧ୍ୟାପକ ବିପିନ ବିହାରୀ ସାହୁ ଯୋଗ ଦେଇ କଲେଜ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିବା ସହିତ ପରିବେଶ ସଂପର୍କିତ ଏକ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଅଛି।