ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମ ରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଭ୍ରମରା଼ ଦାସ ପ୍ରମୁଖ ଯୋଗଦେଇ ଏକଶହ ପରିବାରକୁ ବିଭିନ୍ନ କିସମର ଫଳ ଚାରା ବଣ୍ଟନ କରିବା ସହିତ ନଡ଼ିଆ ଗଛ ମଧ୍ୟ ଦେଇଥିଲେ। ପରେ ସମସ୍ତେ ବୃକ୍ଷ ରୋପଣ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ପୁଷ୍ପଞ୍ଜଳି ସାହୁ ଓ ସୁଦେଷ୍ଣା ସାହୁ ପରିଚାଳନା ରେ ସହଯୋଗ କରିଥିଲେ ।


