ବୃକ୍ଷ ରୋପଣ ସମ୍ପର୍କିତ କର୍ମଶାଳା

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ- ୧ ଓ ୨ ପକ୍ଷରୁ ବୃକ୍ଷ ରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ ସମ୍ପର୍କିତ ଏକ ଦିବସିୟ କର୍ମଶାଳା ଜୁଲାଇ ୭ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ୟୁନିଟ- ୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଓ ୟୁନିଟ- ୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସଶ୍ମିତା ସାମନ୍ତରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ କଲେଜର ଭାରପ୍ରାପ୍ତ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କର୍ମଶାଳାରେ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନଏସଏସ କୋ-ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ ଫରିଦ୍ , ବୁଗୁଡା ବନପାଳ ପଲ୍ଲବୀ ନନ୍ଦ ଓ କଲେଜର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇ ବୃକ୍ଷ ରୋପଣ ଓ ରକ୍ଷଣାବେକ୍ଷଣର ଉଦ୍ଦେଶ୍ୟ ଓ ଆବଶ୍ୟକତା ଏବଂ ବୃକ୍ଷର ଉପକାରୀତା ବିଷୟରେ ଏନଏସଏସ ଦ୍ୱୟର ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ। ଏନଏସଏସ ୟୁନିଟ -୧ ପ୍ରୋଗ୍ରାମ ଅଫିସର ରବୀନ୍ଦ୍ର ନାଥ ପୋଲାଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ୟୁନିଟ-୨ ପ୍ରୋଗ୍ରାମ ଅଫିସର ସଶ୍ମିତା ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ