ଗଛ ଉପୁଡ଼ି ଭାଙ୍ଗିଲା ଗୁହାଳ: ଅଳ୍ପକେ ବର୍ତ୍ତିଲେ ବୃଦ୍ଧ
ଦିଗପହଣ୍ଡି,୪|୭(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନ ରେ ବହୁ ପୁରୁଣା କଇଠ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳ ଟି ସମ୍ପୂର୍ଣ ଭାଙ୍ଗି ଯାଇଛି।ଗୋବିନ୍ଦ ତାଙ୍କ ୧୦ ରୁ ଉର୍ଦ୍ଧ୍ବ ଗୋରୁ ମାନଙ୍କୁ ଖାଇବାକୁ ଦେଉଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା।ସେ ଭୟଭୀତ ଅବସ୍ଥାରେ ବାହାରକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।ଗଛ ଟି ଗୁହାଳ ଉପରେ ପଡିଥିଲା।ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗଛ ମୂଳ ବତୁରି ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୋବିନ୍ଦ ଙ୍କ ଚିତ୍କାର ଶୁଣି କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁହାଳ ମଧ୍ୟରୁ ଗୋରୁ ଗାଈ ଙ୍କୁ ଉଦ୍ଧାର କରିଥିଲେ ।ଗୋବିନ୍ଦ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।