ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ବିଭିନ୍ନ ସ୍ଥାନରେ ଲାଗିଲା ଗଛ

ହାଟଡିହି (ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ପ୍ରତି ପଞ୍ଚାୟତରେ ଆଜି ଠାରୁ ୫ଶହ ଲେଖାଏଁ ଗଛ ଲଗାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରତି ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ମଧ୍ଯ ବୃକ୍ଷ ରୋପଣ କରଯାଇଛି। ହାଟଡିହି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣା କର ନନ୍ଦ, କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ସେହିପରି ଶାସଙ୍ଗ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ରାଧା କୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ସେହିପରି ହାଟଡିହି କଲେଜ, ଛେନାପଦି ବିଶ୍ଵ ବିଶ୍ଵତାରିଣି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଶ୍ଵତାରିଣି ଯୁକ୍ତ ତିନି ମହିଳା କଲେଜରେ ବୃକ୍ଷ ରୋପଣ କରଯାଇଛି। ସେହିପରି ବଡ ରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଅକରୁଆ ପଞ୍ଚାୟତରେ ସରପଞ୍ଚ ହେମଲତା ବେହେରା, ଇଞ୍ଚୋଳ ପଞ୍ଚାୟତରେ ସରପଞ୍ଚ ସସ୍ମିତା ମହାପାତ୍ର, ସୂଲଣ ପଞ୍ଚାୟତରେ ସରପଞ୍ଚ ମନିଷାରାଣୀ ସା, ପଢିଆରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ଅଜିତ ରାଉତ, ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ମଧୁମିତା ସ୍ଵାଇଁ, ପଞ୍ଚୁଗୋଛିଆ ପଞ୍ଚାୟତରେ ସରପଞ୍ଚ ଦିନେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ