ଘଗୁଦିମାଳ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗସ୍ତ ବେଳେ ରାସ୍ତାରେ ଗଛ ପକାଇ ରାସ୍ତା ଆବରୋଧ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଳାପାଳ ଅଶୁତୋଷ କୁଲକୁର୍ଣିଙ୍କ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ ନିୟମଗିରି ଯିବା ରାସ୍ତାରେ ଘଗୁଦିମାଳ ଗ୍ରାମବାସୀ ଗଛକାଟି ପକାଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରି ସମସ୍ୟା ସମାଧାନ କରନ୍ତୁ ବୋଲି ଆଡି ବସିଥିଲେ। ବ୍ଲକ ପରିଦର୍ଶନ ରେ ଯାଇଥିବା ଜିଲ୍ଲାପାଳଙ୍କୁ ପୂର୍ବରୁ ରାସ୍ତା ନିର୍ମାଣ କରିବା ପାଇଁ ବହୁବାର ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ସମସ୍ୟା ସଂପର୍କରେ ଅବଗତ କରିଥିଲେ ମଧ୍ୟ ଗ୍ରାମ ପାଇଁ ରାସ୍ତା ତିଆରି ହେଇ ପାରି ନାହିଁ l ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଥିବାରୁ ରାସ୍ତା ପାଇଁ ଗ୍ରାମବାସୀ ଙ୍କ ଦାବି କେହି ଶୁଣୁନଥିବାରୁ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ଘାଗୁଡିମାଳ ଗ୍ରାମବାସୀ ଗତ ପଞ୍ଚାୟର ନିର୍ବାଚନ ରେ ଭୋଟ ବର୍ଜନ କରିଥିଲେ ମଧ୍ୟ କିରିଥିଲେ। ଆଜି ଜିଲ୍ଲାପାଳଙ୍କୁ ନିଜ ଅସୁବିଧା ଜଣେଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଗ୍ରସ୍ତ ପୂର୍ବରୁ ରାସ୍ତା ରେ ଅଟକାଇ ନିଜ ଦୁଃଖ ଜଣାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତ ବିଡ଼ିଓ ମନୀଷା ଦାସ ଲୋକଙ୍କୁ ବୁଝିଲ ସେଠାରୁ ଖସି ପ୍ଲାଇଥିଲେ। ପରେ ଜିଲାପାଳ ଫେରିବା ସମୟରେ ରାସ୍ତା ରେ ଗଛ କାଟି ପକେଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରି ସମସ୍ୟା ସଂପର୍କରେ ଜଣାଇ ଥିଲେ । ସରକାରଙ୍କ ଯୋଜନାରେ ଗୋଷ୍ଠୀ ଉନ୍ନୟନ ଅଧିକାରି ଙ୍କ ସହ ଆଲୋଚନା କରି ଖୁବଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇଥିଲେ । ପ୍ରାୟ ଗୋଟିଏ କିମି ଏହି ରାସ୍ତା ନିର୍ମାଣ ହୋଇ ପାରିଲେ ସମସ୍ତ ସମସ୍ୟା ସମାଧାନ ହେଵବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ବିଡ଼ିଓ ଉକ୍ତରାସ୍ତା ରେ କିଛିଦୁର ଯାଇ ଦେଖିବା ପରେ ସୋମବାର ଦିନ ବ୍ଲକକୁ ଆସି କାଗଜ ପରେ କରିବା ପରେ କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରତିଶୃତି ଡ୍ରାଇଥିଲେ।


