ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଆଦିବାସୀ ଲୋକ ସଂଗଠନ

ଛତ୍ରପୁର, (ଓ୍ବାଇଏନଏସ): ଖଲ୍ଲିକୋଟ ତହସିଲର ମିନାପୁର,ଫାସୀଖୋଲ, ଖଜୁରି ସାହି କୁମାର ସିଂ, ଛକାସିଂ, ଦେବୀ ଝର,  ମରେଇ ନୂଆଗାଁ, ଖଣ୍ଡିଆନାଳ ଓ ନେଲୁସିଂ  ଗ୍ରାମର  ଦାବୀଦାର ମାନଙ୍କୁ ଜଙ୍ଗଲ ଅଧିକାର  ଶିରୋନାମା ଆଇନ ମୁତାବକ ପ୍ରଦାନ କରିବା ଦାବୀ ନେଇ ଆଜି ଭିଟାମାଟି ସୁରକ୍ଷା ଅଭିଯାନ ଗଞ୍ଜାମ ଆଦିବାସୀ ଲୋକ ସଂଗଠନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ମାର୍ଚ୍ଚ ସୁଦ୍ଧା ଜଙ୍ଗଲ ଅଧିକାର ଶିରୋନାମା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ, ଜୁଲାଇ ଶେଷ ହେଲାଣି ସେମାନଙ୍କୁ କେବେ ଶିରୋନାମା ମିଳିବ ସେମାନେ ଅପେକ୍ଷାରେ ରହିଛନ୍ତି । ଏଣୁ ସେମାନଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ସେମାନେ ଦାବି କରିବା ସହ ବିଭିନ୍ନ ଦାବି ସମ୍ପର୍କରେ ଉକ୍ତ ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଅବସରରେ ରମେଶ ଶବର,ଲାଖିଆ ଶବର, ବିଜୟ ସ୍ୱାଇଁ ଙ୍କ ସମେତ ବହୁ ଆଦିବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ