ଧର୍ମପରାୟଣ ମହିଳାଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ସୁକାନ୍ତୀ ମେଡିସିନ ଷ୍ଟୋରର ପ୍ରୋପାଇଟର ତଥା ବନ୍ତ ଥାନା ଛକ ଲକ୍ଷ୍ମୀ ପୂଜା କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡାଙ୍କର ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ସ୍ୱର୍ଗତା ସ୍ୱପ୍ନା ପଣ୍ଡାଙ୍କର ଦ୍ୱାଦଶ କ୍ରିୟା ଅବସରରେ ଆଜି ବନ୍ତ ଥାନା ଛକ ଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡଃ.ସୁଧାଂଶୁ ଶେଖର ନାୟକ, ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା, ମାନସ ମହାନ୍ତି, ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ଜ୍ୟୋତି ପ୍ରକାଶ ମହାନ୍ତି, ରଞ୍ଜିତ ମହାପାତ୍ର, ଆଇନଜୀବି ମାଧବାନନ୍ଦ ଦାସ, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଲକ୍ଷ୍ମୀ କର, ରବିନ୍ଦ୍ରନାଥ ଓଝା, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବନେତା ସୁବାଷ ଦାସ, ବିପିନ ନାୟକ, ସ୍ମୃତି ରଞ୍ଜନ ସ୍ୱାଇଁ, ଆଲୋକ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପ୍ରବଚକ ଚିତ୍ତ ରଞ୍ଜନ ନାୟକ ଓ ଅମରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଗୀତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାମ ଚନ୍ଦ୍ର ପଣ୍ଡା, ସଞ୍ଜୀବ କୁମାର ପଣ୍ଡା, ଜୟନ୍ତ କୁମାର ପଣ୍ଡା, ଦେବବ୍ରତ ପଣ୍ଡା, ସଞ୍ଜୟ ପଣ୍ଡା, ଅପର୍ଣ୍ଣା ପଣ୍ଡା, କାବେରୀ ପଣ୍ଡା, ସର୍ମିଷ୍ଠା ପଣ୍ଡା, ସର୍ମିଷ୍ଠା କର, ସ୍ୱେତଲୀନା ପଣ୍ଡା, ଅନୁସୟା ପଣ୍ଡାଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ସହଯୋଗ କରିଥିଲେ ।


