ଶ୍ରାଦ୍ଧବାର୍ଷିକୀରେ ଅଲେଖ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : ପୂର୍ବତନ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଲକରୋଡସ୍ଥିତ ତାଙ୍କ ବାସଭବନରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡା. ପର୍ଶୁରାମ ସାହୁ, ଡା. ନାରାୟଣ ସାହୁ, ଡା. ବିଶ୍ୱପ୍ରକାଶ କାନୁନଗୋ, ଜିଲ୍ଲ୍ା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ସମାଜସେବୀ ଗାୟତ୍ରୀ ମହାନ୍ତି, ମୁକ୍ତାର ଖାଁ, ସୁପୁତ୍ର ସ୍ୱୟଂଭୂବ ଦାସ ପ୍ରମୁଖ ଶତାଧିକ ବିଶିଷ୍ଟବ୍ୟକ୍ତି ଯୋଗଦେଇ ଡାକ୍ତର ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।