କନଷ୍ଟେବଲଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି

ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁର ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ରେ ମଙ୍ଗଳବାର ଛତ୍ରପୁର ଥାନା ପରିସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି l ଛତ୍ରପୁର ଥାନାରେ କାର୍ଯ୍ୟରତ ପି. କାଣ୍ଡେଶ୍ୱର ପ୍ରଧାନଙ୍କ ଦେହ ଅସୁସ୍ଥ ଥିବା ବେଳେ ଗତକାଲି ତାଙ୍କୁ ଛତ୍ରପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ଆଜି ତାଙ୍କ ମୃତ୍ୟୁ ଘଟିବା ପରେ ଛତ୍ରପୁର ଥାନା ପରିସରରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ, ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି, କନଷ୍ଟେବଲ ସଙ୍ଘର ସଭାପତି ଗୋରା ଚାନ୍ଦ ତ୍ରିପାଠୀ ଙ୍କ ସମେତ ଛତ୍ରପୁର ଥାନାର ବହୁ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କ ପାର୍ଥିବ ଶରୀର ରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ