ଆଦର୍ଶ ଶିକ୍ଷକ ଅଲ୍ୟଳ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଦର୍ଶ ଶିକ୍ଷକ ଅଲ୍ୟଳ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଦିବସରେ ତୃତୀୟ ଶ୍ରାଦ୍ଧ ଦିବସରେ ଗୋପସ୍ଥିତ ନିର୍ମାଲ୍ୟ ମଣ୍ଡପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଜୟ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ସ୍ୱାଇଁ, ଅଜୟ ସାମଲ, ଶିକ୍ଷାବିତ କୁଳମଣି ସାମଲ, ପ୍ରାଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅବଧୂତ ରାଉତ, କେଦାର ସାମନ୍ତରାୟ, ନରେଶ ସାମଲ, ରଣଧୀର ଜେନା, ସୁରେଶ ପଟ୍ଟନାୟକ, ଅଜୟ ଦାସ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ବିକାଶ ଚନ୍ଦ୍ର ବେଉରା, ଅବନ୍ତୀ ବେହେରା, ଧିରେନ୍ଦ୍ର କୁମାର ବେହେରା, ରାଜକିଶୋର ନାୟକ, ଆଦିକନ୍ଦ ରାଉଳ, ସ୍ୱର୍ଗତ ଦାସଙ୍କ ସୁପୁତ୍ର ଡାକ୍ତର ରାମନରେଶ ଯାଦବ ଓ ଇଂ ଚନ୍ଦନ ଯାଦବ ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦାସଙ୍କ ଜୀବନବ୍ୟାପୀ ସାଧନା ଓ ସଂଗଠନ ସମ୍ପର୍କରେ ଅବତାରଣା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


