ପୂର୍ବତନ ମୁଖ୍ୟଯନ୍ତ୍ରୀ ରଣଜିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜଳସମ୍ପଦ ବିଭାଗର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ତଥା ଓଡିଶାର ଜଣେ ଖ୍ୟାତନାମା ଇଞ୍ଜିନିଅର ସ୍ୱର୍ଗତ ରଣଜିତ କୁମାର ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଖଡିଅଙ୍ଗସ୍ଥିତ ସିପିଆଇ(ଏମ) କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଯୋଗଦେଇ କହିଲେ ମୁଖ୍ୟଯନ୍ତ୍ରୀ ସ୍ୱର୍ଗତ ଦାସ କେନ୍ଦ୍ରାପଡାରେ ଜଳସେଚନର ଉନ୍ନତି ପାଇଁ ତତ୍କାଳୀନ ବିଧାୟକମାନଙ୍କ ସହ ପରାମର୍ଶ କରି ବିଭିନ୍ନ ପ୍ରକଳ୍ପ ଗୁଡିକର ସରକାରୀ ମଞ୍ଜୁରୀ କରାଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ପୂର୍ବତନ ନଗରପାଳ ଧିରେନ ସାହୁ, ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡା, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ଗୋଲଖ ପଢିଆରୀ, ଶୈଳେନ୍ଦ୍ର କୁମାର ମହାନ୍ତି, ସୁଧାଂଶୁଶେଖର ରାୟ, ଭାଗିରଥୀ ଜେନା, ମୀର ମୁର୍ଶିଦ, ନରୋତ୍ତମ ଜେନା, ଇଂ ବିଶ୍ୱନାଥ ବେହେରା, ସିପିଆଇ(ଏମ) ନେତା ଜଗତଜୀବନ ଦାଶ ଓ କମଳାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।


