ସମାଜସେବୀ ଭରତ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ତଥା ସମାଜସେବୀ ସ୍ୱର୍ଗତ ଭରତ ଚନ୍ଦ୍ର ପରିଡ଼ାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶାରଦା ପ୍ରସାଦ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ୱର୍ଗତ ପରିଡ଼ାଙ୍କ ଶୁଭେଚ୍ଛୁ ରାଜକିଶୋର ଲେଙ୍କା, ବୈଷ୍ଣବ ଚରଣ ଲେଙ୍କା, ହୃଦାନନ୍ଦ ଲେଙ୍କା, ବିଭୂତିଭୂଷଣ ସାମନ୍ତରାୟ, ସନ୍ଦୀପ ଲେଙ୍କା, ଦୁର୍ଗା ପ୍ରସାଦ, ବିଶ୍ୱରଞ୍ଜନ ସାମନ୍ତରାୟ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସଭା ପରିଚାଳନାରେ ଅକ୍ଷୟ କୁମାର ମନ୍ତ୍ରୀ, ପୁତ୍ର କିଶୋର କୁମାର ପରିଡ଼ା, ବୋହୂ ମାନସୀ ଲେଙ୍କା, ଲିପିକା ଲେଙ୍କା, ଧରଣୀଧର ମନ୍ତ୍ରୀ, ଶ୍ରୀଧର ମନ୍ତ୍ରୀ, ବିପିନ୍ ବିହାରୀ ମହାନ୍ତି, ଭାଗୁଲି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।


