ସ୍ୱର୍ଗତ ବାଇଧର ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ତୋଟାସାହି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ବାଇଧର ରାଉତ(୯୧)ଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ବନ୍ତ ଜଳ ସେଚନ ଅଫିସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରବକ୍ତା ତଥା ବନ୍ତ ପ୍ରେସ କ୍ଲବର ସଭାପତି ପତଞ୍ଜଳୀ କରଶର୍ମା, ସାମ୍ବାଦିକ ହରି ନାରାୟଣ ମହାନ୍ତି, ରବିନ୍ଦ୍ରନାଥ ଓଝାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଡପୁଅ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।