ଅଧ୍ୟାପକ ଦତ୍ତକୃଷ୍ଣ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଫୋରଡ ଗ୍ରାମର ଅଧ୍ୟାପକ ଦତ୍ତକୃଷ୍ଣ ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅବସରରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ହେମନ୍ତ କୁମାର ଜେନା, ଅରକ୍ଷିତ ଜେନା, ଦିଲ୍ଲିପ କୁମାର ସିଂ, ନିରଞ୍ଜନ ନାୟକ, ବାଦଲ ସାମନ୍ତରାୟ, ବବଲୁ ଜେନା, ଲାଲୁ ଜେନା, ରଶ୍ମୀରଞ୍ଜନ ରାଉତ, ଅଙ୍କିତା ଜେନା, ସୋନାଲି ଜେନା, ରୋନାଲି ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅଧ୍ୟାପକ ସ୍ୱର୍ଗତ ଜେନାଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।