ଘରେ ଘରେ ତ୍ରିରଙ୍ଗା ଓ ସ୍ବଚ୍ଛତା କାର୍ଯ୍ୟକ୍ରମ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଚାରି ଗୋଟି ପଞ୍ଚାୟତରେ ଘରେ ଘରେ ତ୍ରିରଙ୍ଗା ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜଳ ଓ ପରିମଳ ମିଶନ, ପୋଲସରା ପାନୀୟ ଜଳଯୋଗାଣ ବିଭାଗ ଆନୁକୂଲ୍ୟରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୨ ତାରିଖ ଦିନ ନିମିନା, ମଧୁପଲ୍ଲୀ, ଚିରିକିପଡା ଶାସନ ଓ ହାତୀଓଟ ପଞ୍ଚାୟତରେ ଘରେ ଘରେ ତ୍ରିରଙ୍ଗା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତର ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ସଫେଇ ସହିତ ଘରେ ଘରେ ତ୍ରିରଙ୍ଗା ପତାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମକୁ ସଫାସୁତୁରା ରଖିବା ପାଇଁଁ ଶପଥ ପାଠ କରାଯାଇଥିଲା। ବିଭାଗୀୟ ସହକାରୀ ନିର୍ବାହି ଯନ୍ତ୍ରୀ ସୌରୁପ କୁମାର ତ୍ରିପାଠୀ, ଏଡିଓ ବସନ୍ତ ବରାଡ, ଯୋଗେଶ୍ୱର ସ୍ବାଇଁ ଓ ରବିନ୍ଦ୍ର ସାହୁ, ସଞ୍ଜୟ ଗୌଡ଼, ବସନ୍ତ ସାହୁ, ନିମିନା ସରପଞ୍ଚ ମାମା ସାହୁ, ଅନିଲ ସାହୁ, ନାରାୟଣ ସାହୁ, ସନ୍ଦୀପ ସାହୁ, ତପନ ଗୌଡ, ପ୍ରଦ୍ୟୁମ୍ନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ହରିହର ଜେନା, ଅନନ୍ତ ସାହୁ, ମଧୁପଲ୍ଲୀ ସରପଞ୍ଚ ବସନ୍ତ କୁମାର କରଣ, ଆଇନଜୀବୀ ସୁଶାନ୍ତ କୁମାର ସାହୁ, ମୁନା ପ୍ରଧାନ, ଆକୁଳ ସାହୁ, ଶିବରାମ ସାହୁ, ପ୍ରଦୀପ ଜେନା, ଜୟରାମ ପ୍ରଧାନଙ୍କ ସମେତ ଅଙ୍ଗନବାଡ଼ି କର୍ମୀ , ସିଆରପି, ଏମବିକେ, ଆଶା କର୍ମୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।