ବାଲେଶ୍ଵରରେ ତ୍ରିରଙ୍ଗା ପଦଯାତ୍ରା

ବାଲେଶ୍ବର(ସରୋଜ ପଣ୍ଡା): ଆଜି ଅପରାହ୍ନ ଚାରିଟା ତିରିଶ ମିନିଟ ସମୟରେ ଗାନ୍ଧୀ ସ୍ମୁତି ଭବନଠାରୁ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ବାହାରି ଫକୀରମୋହନ ଗୋଲେଇ ଫାଣ୍ଡି ଛକ ହୋଇ ମିଶନ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ଭାରତୀୟ ଜନତା ପାର୍ଟିର ସଂଯୋଜନାରେ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ପଦଯାତ୍ରାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ରେମୁଣା ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପ୍ରବକ୍ତା ବିଭୁପଦ ଦାସ, ସତ୍ୟଜିତ ମିଶ୍ର, ଓ ଶ୍ରୀନିବାସ ପ୍ରଧାନ, ଧଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର, ଜିଲ୍ଲା ସମ୍ପାଦ ଆଶିଷ ଘୋଷ, ବିଜୟ ସାହୁ, ପିଙ୍କି ପ୍ରଧାନ, ସୁସ୍ମୀତା ଚାନ୍ଦ, ମୀନାକ୍ଷୀ ମହାପାତ୍ର, ସତ୍ୟଶିବସୁନ୍ଦର ଦାଶ, ନିତ୍ଯଗୋପାଲ ସିଂ, ସୁସ୍ମିତା ପଣ୍ଡା, ସଂଯୁକ୍ତା ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୁୟାଁ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ନାରାୟଣ ମହନ୍ତ, ଚନ୍ଦ୍ରଶେଖର ନନ୍ଦ, ଦେବାଶିଷ ଆଚାର୍ଯ୍ୟ, ସୀତାକାନ୍ତ ସ୍ବାଇଁ, ମମତା ମହାପାତ୍ରଙ୍କ ସମେତ ଶହଶହ ଜନତା ହାତରେ ତ୍ରିରଙ୍ଗା ପତାକା ଧରି ଅପରେସନ ସିନ୍ଦୂରର ଜୟଘୋଷ, ଭାରତୀୟ ସେନା ବାହିନୀର ଜୟଘୋଷ, ପାକିସ୍ତାନ ମୁର୍ଦ୍ଦାବାଦ ଓ ଭାରତମାତାଙ୍କ ଜୟଘୋଷରେ ଗଗନ ପବନ ପ୍ରକମ୍ପିତ କରିଥିଲେ। ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ବିଶ୍ବକୁ ତାର ପରାକ୍ରମ ଦେଖାଇଛି, ଆମ ଶତ୍ରୁ ମାନଙ୍କୁ ଘୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଭାରତ କାହାକୁ ପ୍ରଥମେ ଆକ୍ରମଣ କରେନାହିଁ କିନ୍ତୁ ଯଦି କେହି ଆମ ନାଗରିକଙ୍କ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରେ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ କରେ ଆମେ ତାର ଦୃଢ଼ ଜବାବ ଦେଇଛୁ ଆଗକୁ ମଧ୍ୟ ଦେବୁ ବୋଲି ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ